ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ଅମୃତପାଲ ସିଂ, ବଜେଟ ଅଧିବେଶନରେ ଭାଗ ନେବାକୁ କଲେ ଅନୁରୋଧ
ନୂଆଦିଲ୍ଲୀ : ପଂଜାବର ଖଦୁର ସାହିବରୁ ସାଂସଦ ତଥା ବିବାଦୀୟ ଖଲିସ୍ତାନୀ ନେତା ଅମୃତପାଲ ସିଂ ଲୋକସଭା ବାଚସ୍ପତି ଓମ ବିରଲାଙ୍କୁ ଏକ ଚିଠି ଲେଖିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୌସୁମୀ ଅଧିବେଶନରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରି ସେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ଜୁଲାଇ ୨୨ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।ଅମୃତପାଲ ସିଂହ ଜୁଲାଇ ୫ରେ ଲୋକସଭା ସଦସ୍ୟ ଭାବେ ଶପଥ ନେଇଥିଲେ। ଶପଥ ନେବା ପରେ ସେ ପୁଣି ଥରେ ଆସାମର ଡିବ୍ରୁଗଡ଼ ଜେଲକୁ ଫେରିଯାଇଥିଲେ। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନରେ ମୋଟ ୫୪୨ ଜଣ ସାଂସଦଙ୍କ ମଧ୍ୟରୁ ୫୩୯ ଜଣ ନବନିର୍ବାଚିତ ସାଂସଦ ସଂସଦର ସଦସ୍ୟତା ଶପଥ ନେଇଥିଲେ।
ଜେଲରେ ଥିବାରୁ ଅଧିବେଶନ ସମୟରେ ଶପଥ ନେଇ ପାରିନଥିଲେ ଅମୃତପାଲ ସିଂହ । ନୂଆ ସାଂସଦଙ୍କୁ ୬୦ ଦିନ ମଧ୍ୟରେ ଶପଥ ନେବାକୁ ପଡ଼ିବ, ନଚେତ୍ ସଦସ୍ୟତା ରଦ୍ଦ ହୋଇଯାଇପାରେ। ଜେଲରେ ଥିବାରୁ ଅଧିବେଶନ ସମୟରେ ଶପଥ ନେଇ ପାରିନଥିଲେ ଅମୃତପାଲ ସିଂହ । ତେବେ ଜୁଲାଇ ୫ରେ ସେ ଶପଥ ନେଇଥିଲେ । ନୂଆ ସାଂସଦଙ୍କୁ ୬୦ ଦିନ ମଧ୍ୟରେ ଶପଥ ନେବାକୁ ପଡ଼ିବ, ନଚେତ୍ ସଦସ୍ୟତା ହଜିଯାଇପାରେ।
୨୦୨୪ ଲୋକସଭା ନିର୍ବାଚନରେ ଅମୃତପାଲ ସିଂହ କଂଗ୍ରେସ ପ୍ରାର୍ଥୀ କୁଲଦୀପ ସିଂହ ଜିରାଙ୍କୁ ୧ ଲକ୍ଷ ୯୭ ହଜାର ୧୨୦ ଖଣ୍ଡ ଭୋଟରେ ପରାସ୍ତ କରି ଖଦୁର ସାହିବ ଆସନରୁ ବିଜୟୀ ହୋଇଥିଲେ।