ପୁଣେ ଜିଲ୍ଲାପାଳଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ପୂଜା ଖେଡକର
ପୁଣେ : ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ମାମଲାରେ ଏକ ବଡ ସୂଚନା ସାମ୍ନାକୁ ଆସୁଛି । ଏବେ ବିବାଦ ଘେରରେ ଥିବା ପୂଜା ଖେଡକର ପୁଣେ ଜିଲ୍ଲାପାଳଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଜୁଲାଇ ୧୫ ତାରିଖ ସୋମବାର ବିଳମ୍ବିତ ରାତିରେ ପୂଜା ଖେଡକର ୱାସିମ୍ ପୁଲିସକୁ ତାଙ୍କ ସରକାରୀ ଗେଷ୍ଟ ହାଉସକୁ ଡାକି ଏହି ଅଭିଯୋଗ କରିଛନ୍ତି ।ସୂଚନା ପାଇଁ କହିରଖୁଛୁ ଯେ, ଏହା ସେହି ପୁଣେ ଜିଲ୍ଲାପାଳ ଯିଏ କି ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଥିଲେ, ଯାହା ପରେ ତାଙ୍କୁ ୱାସିମକୁ ବଦଳି କରାଯାଇଥିଲା ।
ମହାରାଷ୍ଟ୍ର ସରକାର ମଙ୍ଗଳବାର ବିବାଦୀୟ ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବାତିଲ କରି ତାଙ୍କୁ ଜୁଲାଇ ୨୩ ସୁଦ୍ଧା ମସୁରୀ ଟ୍ରେନିଂ ଏକାଡେମୀରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ସରକାର ମଙ୍ଗଳବାର ବିବାଦୀୟ ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବାତିଲ କରି ତାଙ୍କୁ ଜୁଲାଇ ୨୩ ସୁଦ୍ଧା ମସୁରୀ ଟ୍ରେନିଂ ଏକାଡେମୀରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
୩୪ ବର୍ଷୀୟ ପୂଜା ଖେଡକରଙ୍କ ବିରୋଧରେ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଜାଲ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଛି । ସେ ନିଜକୁ ଶାରୀରିକ ଭିନ୍ନକ୍ଷମ ଏବଂ ଓବିସି ( ନନ୍ କ୍ରିମି) ସମ୍ପ୍ରଦାୟର ବୋଲି ଦର୍ଶାଇ ପରୀକ୍ଷା ଦେଇଥିଲେ ।