ରାଜ୍ୟ

ବଜେଟ ଅଙ୍ଗନବାଡି, ଅଶା କର୍ମୀ ଏବଂ ଶ୍ରମଜିବି ଙ୍କୁ ନିରାଶ କରିଛି,,,,

,,୧୩ ରୁ ଦିବା ରାତ୍ରି ଧାରଣା ଆନ୍ଦୋଳନ ସକାଶେ ପ୍ରସ୍ତୁତି ଆରମ୍ଭ,,,,,,,ଚଳିତ ବଜେଟ ରେ ଅଙ୍ଗନବାଡି କର୍ମୀ, ଅଶା କର୍ମୀ ତଥା ସାଧାରଣ ଶ୍ରମିକ ଙ୍କ ଭତ୍ତା ବୃଦ୍ଧି, ସାମାଜିକ ନିରାପତ୍ତା ବାବଦରେ ବ୍ୟୟ ବରାଦ କୁ ଗୁରୁତ୍ଵ ଦିଆଯାଇନାହିଁ l ଅଙ୍ଗନବାଡି କର୍ମୀ ଓ ଅଶା କର୍ମୀଙ୍କୁ ନିରାଶ କରିଛି l ସରକାର ନିର୍ବାଚନ କୁ ଦୃଷ୍ଟିରେ ରଖି ସବୁ ବର୍ଗଙ୍କୁ ଖୁସି କରିବାକୁ ଚେଷ୍ଟା କରିଥିଲେ ମଧ୍ଯ ଯେଉଁଠି ତଳ ସ୍ତରରେ ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ଆସୁଛନ୍ତି ସେହି ଅଙ୍ଗନବାଡି ଓ ଅଶା କର୍ମୀ ଙ୍କୁ ଅଣ ଦେଖା କରିବା ଅତ୍ୟନ୍ତ ଦୁଖଦାୟକ ବୋଲି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ଓ ପଶ୍ଚିମ ଓଡ଼ିଶା ଅଶା କର୍ମୀ ସଂଘ ପକ୍ଷରୁ କୁହାଯାଇଛି ମହିଳା ଓ ଶିଶୁ ବିକାଶ ବିଭାଗ ସକାଶେ ୩୬୭୦ କୋଟି ବ୍ୟୟ ବରାଦ ହୋଇଛି l ଯେଉଁ ୧୨ % ଅଧିକ କରାଯାଇଥିବା କଥା କୁହାଯାଉଛି ସେଥିରେ ମମତା ଯୋଜନା, ପୁଷ୍ଟି ଯୋଜନା ରେ ଅଧିକ ଅର୍ଥ ରଖାଯାଇଛି l ତୃଣମୂଳ ସ୍ତରରେ ସରକାର ଙ୍କ ବିଭିନ୍ନ୍ ଯୋଜନା ସୂଚାରୁ ରୂପେ ସମ୍ପାଦନା କରିଆସୁଥିବା ଅଙ୍ଗନବାଡି କର୍ମୀ ଙ୍କ ପାରିଶ୍ରମିକ ଅତ୍ୟନ୍ତ ନଗଣ୍ଯ l ବଜାର୍ ଦର ହୁ ହୁ ହୋଇ ବଢି ଚାଲିଛି ସ୍ଵଳ୍ପ ଭତ୍ତା ରେ ପରିବାର ଚଳିବା କଷ୍ଟ ହୋଇପଡୁଛି l ଭତ୍ତା ବୃଦ୍ଧି ନିହାତି ଜରୁରୀ ବୋଲି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ କେନ୍ଦ୍ରୀୟ ସଭାନେତ୍ରୀ ଶ୍ରୀମତୀ ମୀରl ବତୀ ଦଳ ବେହେରା, ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ, ସମ୍ବଲପୁର ଜିଲ୍ଲା ସଭାନେତ୍ରୀ ଦିଶିଲା ଧୁରୁଆ, ସମ୍ପାଦକ ପ୍ରମିଳା ସିଂହ, ବରଗଡ଼ ଜିଲ୍ଲା ସଭାନେତ୍ରୀ ରୁକ୍ମିଣୀ ଜୁଆଡି, ସମ୍ପାଦକ Nitambini ଦାଶ, ବଲାଙ୍ଗୀର ଜିଲ୍ଲା ସଭାନେତ୍ରୀ ମମତା ଶତପଥି, ସମ୍ପାଦକ ଗୌରୀ ଷଡଙ୍ଗୀ, ଝାରସୁଗୁଡ଼ା ଜିଲ୍ଲା ସଭାନେତ୍ରୀ ରୁବୀ ଷଡଙ୍ଗୀ, ସମ୍ପାଦକ ମହିମା ସାହୁ, ଉପଦେଷ୍ଟା ନଳିନୀ ନାୟକ, ସୋନପୁର ଜିଲ୍ଲା ସଭାନେତ୍ରୀ ଲିଲି ମିଶ୍ର, ସମ୍ପାଦକ ଶାନ୍ତି ଲତା jagadala,ବୌଦ୍ଧ ଜିଲ୍ଲା ସଭାନେତ୍ରୀ କ୍ଷିତି ସୁତା ମିଶ୍ର, ସମ୍ପାଦକ ସୁରଭି ସାହୁ, ଦେବଗଡ଼ ଜିଲ୍ଲା ସଭାନେତ୍ରୀ ଗୀତାଞ୍ଜଳି ବେହେରା, ସମ୍ପାଦକ dipanjali ପ୍ରଧାନ, କଳାହାଣ୍ଡି ଜିଲ୍ଲା ରେବତୀ କୁମ୍ଭାର, ନୂଆପଡ଼ା ସୁଷମା ଭୋଇ ପ୍ରମୁଖ ଦାବି କରିଛନ୍ତି l ଗରମ ରନ୍ଧା ଖାଦ୍ୟ ର ଧାର୍ଯ୍ୟ ଦର ସଂଶୋଧନ ହୋଇ ବୃଦ୍ଧି କରିବା, ଅଣ୍ଡା କମ୍ ଟଙ୍କା ରେ ଯୋଗାଇବା ସମ୍ଭବ ନୁହେଁ l ଶ୍ରମ ସମିଳନୀରେ ନିଷ୍ପତ୍ତି ଅନୁସାରେ ୨୬ ହଜାର ଦରମା, ୧୦ ହଜାର ପେନସନ୍, ଅବସର ବୟସ ୬୫ ,ମୃତ୍ୟୁ କାଳୀନ ସହାୟତା ରାଶି ବୃଦ୍ଧି, ମିନି ଙ୍କୁ ଅଙ୍ଗନବାଡି କର୍ମୀ ପ୍ରଭୁତି ମୁଖ୍ୟ ପ୍ରସଙ୍ଗକୁ ରାଜ୍ଯ ଏବଂ କେନ୍ଦ୍ର ସରକାର ଏଡ଼ାଇ ଦେଉଥିବାରୁ ଉପରୋକ୍ତ କର୍ମକର୍ତ୍ତା କ୍ଷୋଭ ପ୍ରକାଶ କରିଛନ୍ତି l ଦଳ ମତ ବିଚାର୍ ଉର୍ଦ୍ଧ୍ଵରେ ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ଭଉଣୀ ମାନେ ଏକତ୍ରିତ ହୋଇ ମାର୍ଚ୍ଚ ଦ୍ଵିତୀୟ ସପ୍ତାହ ର ୧୩ ରୁ ଭୁବନେଶ୍ଵର ବିଧାନସଭା ସମ୍ମୁଖରେ ଦିବା ରାତ୍ରି ଆନ୍ଦୋଳନ ଧାରଣା ଦିଆଯିବ ବୋଲି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସହିତ ଅଲ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ସଂଯୁକ୍ତ ମୋର୍ଚା ନେତୃତ୍ବରେ ୫ ଗୋଟି ସଂଘ ମିଳିତ ଲଢେଇ ରେ ସାମିଲ୍ ହେବେ ବୋଲି ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ କର୍ମକର୍ତା ମାନେ ସୂଚନା ଦେଇଛନ୍ତି l,

Leave a Reply

Your email address will not be published. Required fields are marked *