ରାଜ୍ୟ

ଦିଲ୍ଲୀ ର ତାରେ ଜମିନ ଫାଉଣ୍ଡେସନ ସଂସ୍ଥା ଦ୍ଵାରା କମ୍ବଳ ବଣ୍ଟନ

ଦିଲ୍ଲୀ ରେ ଅବସ୍ଥିତ ସଂସ୍ଥାନ ତାରେ ରେ ଜାମିନ ଫାଉଣ୍ଡେସନ ଦ୍ବାରା ଗରୀବ ବସ୍ତି, ସେଲ୍ଟର ହାଉସ ଅତ୍ୟାବଶ୍ୟକ ଗରୀବ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲା ଏହି କାର୍ଯ୍ୟକ୍ରମକୁ ସଂସ୍ଥା ର ଲୋକମାନ ଙ୍କ ସହାୟତା ରେ ଦୀର୍ଘ ଏକ ମାସ ଧରି ଭିନ୍ନ ଭିନ୍ନ ସମୟରେ କାର୍ଯ୍ୟ କ୍ରମକୁ ଜାରି ରଖି ଥିଲା।

   ସଂସ୍ଥାର ଚେୟାରମ୍ୟାନ ଶ୍ରୀ ବିଶିକେଶନ୍ ସ ଏକ ବିବରଣୀ ପ୍ରସ୍ତୁତ କରି କହିଥିଲେ ଯେ ସଂସ୍ଥାର ଆଖ ପାଖ ଅଂଚଳରେ ଏହି ଧାର୍ମିକ କାମ କୁ ଜାରି ରଖିଛନ୍ତି। ମାନବ ସେବା ହିଁ ସଂଗଠନ ର ମୂଳ ଲକ୍ଷ୍ୟ । ସ୍ବର୍ଗତ ରବି କାଲରା ଦ୍ଵାରା ଅନୁଷ୍ଠିତ ମାନବ ସେବା ସଂଗଠନ ଦ ଅର୍ଥ ଶୋଭିୟର ଫାଉଣ୍ଡେସନ, ବନ୍ଧବାଡି, ଫରିଦାବଦ ରୋଡରେ ଏହି ମାନବ ସେବା ସଂଗଠନ ରେ  ୪୫୦ ଖଣ୍ଡ କମ୍ବଳ ବଣ୍ଟନ କରିଥିଲା। ନିକଟସ୍ଥ ବସ୍ତି ବାବୁ କ୍ୟାମ୍ପ ରେ ୧୫୦ କମ୍ବଳ, ଭୀମ ବସ୍ତି ରେ ୮୫ କମ୍ବଳ ଯୋନାପୂର ରେ ୭୫ ଖଣ୍ଡ ସପରାବସ୍ତି ରେ ୧୧୦ ଖଣ୍ଡ କମ୍ବଳ, ଶାନ୍ତି କ୍ୟାମ୍ପ ରେ  ୧୬୯ କମ୍ବଳ ତରେ ଜମିଲ ଫାଉଣ୍ଡେସନ ସେଣ୍ଟର୍ ପାଠ ଶଳା ରେ ଗରିବ ପିଲାମାନଙ୍କୁ ୯୭ ଖଣ୍ଡ କମ୍ବଳ ସେଣ୍ଟର୍ ର ସିଲାଇ ଛାତ୍ର ମାନଙ୍କୁ ୩୯ କମ୍ବଳ ସହିତ ୧୧୦୦ କମ୍ବଳ ବଣ୍ଟନ କରିଥିଲା।
  ତାରେ ଜମିନ ଫାଉଣ୍ଡେସନ ବହୁ ଦିଗରେ କାମ କରି ଆସୁଛି ଯେମିତି ଗରୀବ ଛାତ୍ର ଙ୍କୁ ଶିକ୍ଷା, ମହିଳା ସଶକ୍ତି କରଣ ଓ ଗରୀବ ମହିଳା ଙ୍କୁ କାମ କାର୍ଯ୍ୟ କ୍ଷମ କରିବା ଦିଗରେ ୨୦୧୭ ରୁ ଭିନ୍ନ ଭିନ୍ନ ସମୟରେ ଓ ଭିନ୍ନ ଭିନ୍ନ ସ୍ଥାନରେ କରି ଆସୁ ଅଛି।

Leave a Reply

Your email address will not be published. Required fields are marked *