ରାଜ୍ୟ

ମହାନଦୀ ସହିତ ବିଭିନ୍ନ ସ୍ଥାନରେ ନଦୀ ଆଳତି ଅନୁଷ୍ଠିତ*ଚଳିତ ମାସରେ କଟକରେ ହେବ ମହାନଦୀ ସମ୍ମିଳନୀ*ଟ୍ରିବୁନାଲ ବାହାରେ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦ ର ସମାଧାନ ପାଇଁ ହେଉ ପ୍ରୟାସ l

ଭୁବନେଶ୍ୱର ତା ୧୬ l ୭ l ମହାନଦୀ ବଞ୍ଚାଅ ଆନ୍ଦୋଳନ ର ପୂର୍ବ ନିଷ୍ପତି ଅନୁଯାୟୀ ଆଜି କଟକ ସ୍ଥିତ ଗଡଗଡିଆ ଘାଟ ନିକଟରେ ମହାନଦୀ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଓଡ଼ିଶାରେ ବିଭିନ୍ନ ନଦୀରେ ନଦୀ ଆଳତି ଅନୁଷ୍ଠିତ ହୋଇ ଯାଇଛି l ମହାନଦୀ ଆନ୍ଦୋଳନ ର ଆବାହକ ଶ୍ରୀ ସୁଦର୍ଶନ ଦାସ ମହାନଦୀ ଆଳତି ର ଶୁଭାରମ୍ଭ କରି କହିଲେ ଯେ ଲୋକଙ୍କୁ ନଦୀ ସହିତ ଯୋଡ଼ିବା ପାଇଁ ନଦୀ ଆଳତି ହେଉଛି ଏକ ପ୍ରୟାସ l ମହାନଦୀ ସମେତ ଓଡ଼ିଶାର ବିଭିନ୍ନ ନଦୀ ଯଥା ଦୟା, କୁଶଭଦ୍ରା, ଧନୁଆ, ସୁବର୍ଣ୍ଣରେଖା, ସୁନା, ସାଳନ୍ଦୀ, ମକରା, ସୁନା, କlରୋ ଇତ୍ୟାଦି ନଦୀର ଏହି ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l
ମହାନଦୀ ଆଳତି ପ୍ରାରମ୍ଭରେ କଟକ ବିକାଶ ପରିଷଦର ସଭାପତି ସୁବୋଧ ବେହେରା, ଉପଦେଷ୍ଟା ବିଳାସ ମଲ୍ଲିକ, ମହାନଦୀ ବଞ୍ଚାଅ ଆନ୍ଦୋଳନ ମୁଖପାତ୍ର ପ୍ରସନ୍ନ ବିଷୋୟୀ,ସମାଜସେବୀ ଯୁଗଳ ନାୟକ, ରେଭେନ୍ସା ମହାବିଦ୍ୟାଳୟ ର ପୂର୍ବତନ ସଭାପତି ଅଜୟ ମିଶ୍ର, ସ୍ମୃତିକନ୍ତ ପାତ୍ର, ମୁକେଶ ମିଶ୍ର, ଜିତେନ୍ଦ୍ର ନାୟକ, ଦୁରୁମା ବାନଲତା ଦେବୀ, ଓମ୍ ପ୍ରକାଶ ପଣ୍ଡା, ଶେଖ ରିଆଜ, ମହାନଦୀ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ ବିଶୋଇ ପ୍ରମୁଖ ଯୋଗ ଦେଇ ଚଳିତ ମାସରେ କଟକ ଠାରେ ମହାନଦୀ ସମ୍ମିଳନୀ ଆୟୋଜନ କରିବାକୁ ଆହ୍ବାନ ଦେଇଛନ୍ତି l
ଶୋଭନୀୟ ଶିକ୍ୟସ୍ରମ ର ଛାତ୍ରୀମାନେ ଏଥିରେ ଯୋଗ ଦେଇ ପ୍ରକୃତି ଓ ନଦୀ କୁ ବଞ୍ଚାଇ ରଖିବା ପାଇଁ ଏକ ସଙ୍ଗୀତ ପରିବେଷଣ କରିଥିଲେ l
କାର୍ଯ୍ୟକ୍ରମ ପରେ ସାମ୍ୱାଦିକ ମାନଙ୍କୁ ସମ୍ବୋଧିତ କରି ସଂଗଠନ ର ଆବାହକ ଶ୍ରୀ ଦାସ କହିଲେ ଯେ ଓଡ଼ିଶାର ନଦୀ ଗୁଡ଼ିକର ଅବସ୍ଥା ଏବେ ଅତି ଶୋଚନୀୟ l ଆଗାମୀ ବଂଶଧର ମାନଙ୍କ ପାଇଁ ଏଗୁଡ଼ିକୁ ବଞ୍ଚାଇରଖିବା ଆମର ଦାୟିତ୍ବ l ସମାଜ ଓ ସରକାର ଏଥି ପାଇଁ ଆଗେଇ ଆସିବା ଦରକାର l ରାଜ୍ୟ ପାଇଁ ଏକ ନଦୀ ନୀତି ପ୍ରଣୟନ କରିବା ସହିତ ଏକ ନଦୀ ମିଶନ ଗଠନ କରିବାକୁ ସେ ସରକାରଙ୍କ ପାଖରେ ଦାବି କରିଛନ୍ତି l ଓଡ଼ିଶାରେ ଯେତେ ସବୁ ନଦ ନଦୀ ଅଛି ତାର ଏକ ସାରଣୀ ସରକାର ପ୍ରସ୍ତୁତ କରିବା ପାଇଁ ମଧ୍ୟ ସେ ଦାବି କରିଛନ୍ତି l
ଅନୁରୂପ ଭାବରେ ଦୟାନଦୀର କଣ୍ଟି, ମକରା ନଦୀ ର ଆଡlଲ ବଡ଼lଲ ଘାଟ, ସୁବର୍ଣ୍ଣରେଖା ର ଚୌମୁଖ, ମହାନଦୀ ରେ ବୌଦ୍ଧ, ଧନୁଆ ର ଧନୁଆ, ଭାର୍ଗବୀ ନଦୀ ର ହରିପୁର, ସାଳନ୍ଦୀ ନଦୀର ଅଗରପଡା ପ୍ରମୁଖ ସ୍ଥାନରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସବୁ ନଦୀ ଆଳତି ରେ ସଚ୍ଚିକାନ୍ତ ପ୍ରଧାନ, ଉତ୍ପଳ ଦାସ, ତିଳୋତ୍ତମା ପାଣିଗ୍ରାହୀ, ଅରୁଣ ଜେନା, ରାଜେଶ ପାତ୍ର , ପ୍ରକାଶ ରଥ, ଉଦୟ ନାଥ ଶର୍ମା ପ୍ରମୁଖ ଆୟୋଜନ କରିଥିଲେ

,ଭୁବନେଶ୍ୱର ରୂ ସ୍ବର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *