ବାତିଲ ହେବ କି ଲାଇସେନ୍ସ !
ଭବାନୀପାଟଣା: ଗରିବ ହିତାଧୁକାରୀଙ୍କ ପାଇଁ ଆସୁଥିବା ଚାଉଳ ବାଟମାରଣା ହେଉଥିବା ଅଭିଯୋଗ ହେଉଛି । ଏକଥା ଖୋଦ ଯୋଗାଣ ମନ୍ତ୍ରୀ ସ୍ବୀକାର କରୁଛନ୍ତି ।
ଯୋଗାଣ ଠିକାଦାରମାନେ ଏହି ବାଟମାରଣାରେ ସାମିଲ ଅଛନ୍ତି ବୋଲି ଏପଟେ ଡିଲର ମହାସଂଘ କହିଛି । ଏହାରି ଭିତରେ ଜିଲାରେ କିନ୍ତୁ ସାଂଘାତିକ ଘଟଣା ଦେଖିବାକୁ ମିଳିଛି । ଜିଲାର ଅଙ୍ଗନବାଡି ପିଲାଙ୍କ ପାଇଁ ଆସୁଥିବା ଚାଉଳ ଲୁଟ ହେଉଥିବା ଘଟଣା ନଜରକୁ ଆସିଛି । ପ୍ରତି ବସ୍ତା ପିଛା ୧୦-୧୫ କେଜି କମ ରହୁଥିବା ଅଭିଯୋଗ ହେଉଛି । ଅନେକ ଅଙ୍ଗନବାଡି ଦିଦି ନିଜ ନାମ ଗୋପନ ରଖିବା ସର୍ଭରେ ପ୍ରକାଶ କହିଛନ୍ତି ଯେ, ଦୀର୍ଘଦିନ ହେବ ଏହି ସମସ୍ୟା ଲାଗି ରହିଛି । ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର କହିବା ସତ୍ତ୍ୱେ ସମସ୍ୟାର ସମାଧନ ହେଉନାହିଁ । ଫଳରେ ଅନେକ ସମୟରେ ପିଲାଙ୍କୁ ପେଟପୂରା ଖାଦ୍ୟ ଦିଆଯାଇପାରୁନାହିଁ ବୋଲି କହିଛନ୍ତି । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲାରେ ମୋଟ ୨୩ଶହ ୬୩ଟି
ଭବାନୀପାଟଣା ଅଙ୍ଗନବାଡି କେନ୍ଦ୍ର ରହିଛି । ସେଥ୍ ମୋଟ ମ୍ୟୁନସିପାଲଟିରେ ୭୩ଟି କେନ୍ଦ୍ର ରହିଛି । ଏହି କେନ୍ଦ୍ରରେ ରନ୍ଧାଖାଦ୍ୟ ଖାଉଥିବା ପ୍ରାକ୍ ପ୍ରାଥମିକ ବିଦ୍ୟାଳୟ ପିଲାଙ୍କ ସଂଖ୍ୟା ୨୫ଶହ ୧୬ ରହିଛି । ସେହିପରି ଭବାନୀପାଟଣା ବ୍ଲକରେ ୨ଶହ ୫୬ କେନ୍ଦ୍ରରେ ରନ୍ଧାଖାଦ୍ୟ ଖାଉଥିବା ପିଲାଙ୍କ ସଂଖ୍ୟା ରହିଛି
୨୪୮ କେନ୍ଦ୍ରରେ ୯ହଜାର୭୮୫ ପିଲା, କଲମପୁର ବ୍ଲକର ମୋଟ ୭୯ କେନ୍ଦ୍ରରେ ୩ହଜାର୦୨୨ ପିଲା, କର୍ଲାମୁଣ୍ଡା ବ୍ଲକର କେନ୍ଦ୍ରରେ ୨୨ଶହ ୫୦ ପିଲା,
୯ହଜାର୧୨୪ । ସେହିପରି ଧର୍ମଗଡ଼ ସହର ଓ ବ୍ଲକର ମୋଟ ୧୯୪ ଅଙ୍ଗନୱାଡି କେନ୍ଦ୍ରରେ ୮ହଜାର୦୫୨ ପିଲା, ଗୋଲାମୁଣ୍ଡା ବ୍ଲକର ୧୮୪ କେନ୍ଦ୍ରରେ ୭ହଜାର୦୬୦, ଜୟପାଟଣା ବ୍ଲକରେ ୧୭୨ କେନ୍ଦ୍ରରେ ୬ହଜାର୮୯୫ ପିଲା, ଜୁନାଗଡ଼ରେ ୬ହଜାର୩୯୨ ପିଲା, ଲାଞ୍ଜିଗଡ଼ ବ୍ଳକର ୨୨୬ କେନ୍ଦ୍ରରେ ୬ହଜାର୬୨୫ ପିଲା, ମଦନପୁର ରାମପୁର ବ୍ଲକରେ ୧୫୩ କେନ୍ଦ୍ରରେ ୪ହଜାର୨୩୪ ପିଲା, ନର୍ଲା ବ୍ଲକର ९४७ କେନ୍ଦ୍ରରେ ୫ ହଜାର୬୫୨ ପିଲା ଓ ଥୁଆମୂଳ ରାମପୁର ବ୍ଲକର ୧୮୪ କେନ୍ଦ୍ରରେ ୫ ହଜାର୮୮୯ ପିଲା ରନ୍ଧାଖାଦ୍ୟ ଖାଇଥାନ୍ତି । ସେହି ଅନୁସାରେ ପ୍ରତି ୩ମାସରେ ଯୋଗାଣ ଠିକାଦାର ସେଣ୍ଟର ମାନଙ୍କୁ ଚାଉଳ ଯୋଗାଣ କରିଥାଏ ।43090 କେସିଙ୍ଗା ବ୍ଲକର ମୋଟ ୧୯୫ କେନ୍ଦ୍ରରେ ୫ହଜାର ୯୫୬ ପିଲା, କୋକସରା ବ୍ଲକରеэг କେନ୍ଦ୍ରରେ ସୂଚନା ଅନୁଯାୟୀ, ଗତ ୨୦୨୩ରେ ଭବାନୀପାଟଣା ସହର ପାଇଁ ପ୍ରଥମ ଓ ଦ୍ଵିତୀୟ ୩ମାସ ପାଇଁ ୩୦୫ କ୍ରିଣ୍ଟାଲ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ କିଛି ଉଠାଣ କରିନଥିଲା । ଚଳିତ ବର୍ଷ ପ୍ରଥମ ୩ମାସ ପାଇଁ ୧୫୦ କ୍ରିଣ୍ଟାଲ ଉଠାଣ କରିଥିଲା । ସେହିପରି ଭବାନୀପାଟଣା ବ୍ଲକ ପାଇଁ ୨୦୨୩ ଓ ୨୪ ପ୍ରଥମ କିସ୍ତିରେ ୨୮୦୧ କ୍ଲିଣ୍ଟାଲ ଏଇଟମେଣ୍ଟ ହୋଇଛି । ଧର୍ମଗଡ଼ ପାଇଁ ୨୪୦୭ କ୍ରିଣ୍ଟାଲ, ଗୋଲାମୁଣ୍ଡା ବ୍ଲକ ପାଇଁ ୨୦୨୩-୨୪ରେ ୨୧୪୧ କ୍ରିଣ୍ଟାଲ ଉଠାଣ
ହୋଇଛି । ଜୟପାଟଣା ବ୍ଲକ ପାଇଁ ୨୦୫୦ କ୍ରିଣ୍ଟାଲ, ଜୁନାଗଡ଼ ବ୍ଲକ ପାଇଁ ୨୯୮୨, କଲମପୁର ପାଇଁ ୯୬୨, କର୍ଲାମୁଣ୍ଡା ବ୍ଲକରେ ୭୦୭, କେସିଙ୍ଗା ବ୍ଲକରେ ୧୮୨୯ କ୍ରିଣ୍ଟାଲ ଏଲଟ୍ମେଣ୍ଟ ଦିଆଯାଇଛି । ସେହିପରି କୋକସରା ବ୍ଲକରେ ୨୦୨୩-୨୪ରେ ୧୮୪୩, ଲାଞ୍ଜିଗଡ଼ ପାଇଁ ୨୦୧୮, ମଦନପୁର ରାମପୁର ପାଇଁ ୧୨୬୮, ନର୍ଲା ବ୍ଲକରେ ୧୫୭୦ କ୍ରିଣ୍ଟାଲ ଥୁଆମୂଳ ରାମପୁର ବ୍ଲକରେ ୧୭୨୧କ୍ରିଣ୍ଟାଲ ଚାଉଲ ଉଠାଣ ହୋଇଛି । ସମଗ୍ର ଜିଲାକୁ ହିସାବକୁ ନେଲେ ବର୍ଷକୁ ଅଙ୍ଗନବାଡ଼ି ପିଲାଙ୍କ ପାଇଁ ୨୨ହଜାର ୬୬୮ କ୍ସିଣ୍ଟାଲରୁ ଅଧିକ ଚାଉଳ ଯୋଗାଣ ହେଉଛି । ଯୋଗାଣ ଠିକାଦାରଙ୍କ ଦ୍ବାରା ବାଟମାରଣା ଯୋଗୁଁ ଅନେକ ସମୟରେ ବସ୍ତାରେ କମ ଚାଉଳ ରହୁଥିବା ଅଭିଯୋଗ ହେଉଛି । ଏନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ଆଦୃଶିଆ ପଦକ୍ଷେପ ନିଆଯାଇ ନାହିଁ । ବାଟମାରଣା ନେଇ ମନ୍ତ୍ରୀଙ୍କ ବିବୃତ୍ତି ପରେ ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ଦେଖୁବା ବାକି ରହିଲା ।