ମୟୂରଭଞ୍ଜ କଲେଜ ଅଫ ଅକାଉଣ୍ଟେନ୍ସି ଆଣ୍ଡ ମ୍ୟାନେଜମେଣ୍ଟ ରେ ବନ୍ଧୁ ମିଳନ ଉତ୍ସବ
ବାରିପଦା- ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ ଅକାଉଣ୍ଟେନ୍ସୀ ଆଣ୍ଡ ମ୍ୟାନେଜମେଣ୍ଟ ରେ ପୂର୍ବତନ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଅଭିଭାବକ, ପରିଚାଳନା କମିଟି ର ସଦସ୍ୟ, ଓ ଅନ୍ୟାନ୍ୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଅଧ୍ୟକ୍ଷା ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଉତ୍ସବ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ କିପରି ଚାପ ମୁକ୍ତ ହୋଇ ହୋଇ କାର୍ଯ୍ୟ କରିପାରିବେ ତାହା ବର୍ତମାନ ମୁଖ୍ୟ ସମସ୍ୟା ବୋଲି ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼. ପୁଷ୍ପା ରାଣୀ ପାତ୍ର ଆଲୋଚନା ମାଧ୍ୟମରେ ମତ ବ୍ୟକ୍ତ କରିଥଲେ। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ର ପୂର୍ବତନ ଜାତୀୟ ସେବା ଯୋଜନା ର ସଂଯୋଜିକା ଶ୍ରୀ ମତି ଊଷା ଶତପଥି ମହାବିଦ୍ୟାଳୟ ର ଶୈକ୍ଷିକ ବାତାବରଣ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କର ପରିଚାଳନା ଗତ ପାରଦର୍ଶିତାକୁ ପ୍ରଶଂସା କରିଥିଲେ। ଖୁବ୍ ଅଳ୍ପ ଦିନ ଭିତରେ ୨୧ ଟି ବିଭାଗ ରେ ସମ୍ମାନ ଶ୍ରେଣୀ ଓ ୯ଟି ବିଷୟ ରେ ସ୍ନାତକତ୍ତର ଶ୍ରେଣୀ ଓ ୫ ବର୍ଷୀୟ ବି .ଏ .ଏଲ୍ .ଏଲ. ବି କୋର୍ସ ଖୋଲା ଯାଇପାରି ଥିବାରୁ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ତଥା ବାରିପଦା ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ କିଶୋର ଦାଶ ଙ୍କୁ ଭୂୟିଅସି ପ୍ରଶଂସା କରିଥିଲେ। ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ସରକାରୀ କର୍ମଚାରୀ ଶ୍ରୀ ଯୁକ୍ତ ବିନୋଦ କୁମାର ସଦୁଆଳ ଆଗାମୀ ଦିନରେ ନାକ ଏକ୍ରେଡିସନ ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ଏବଂ ମହାବିଦ୍ୟାଳୟ ର ଉନ୍ନତି ନିମନ୍ତେ ଉପଦେଷ୍ଟା ଭାବେ କାର୍ଯ୍ୟ କରିବାକୁ ସମ୍ମତି ପ୍ରକାଶ କରିଥିଲେ। ଏହି ବନ୍ଧୁ ମିଳନ ଉତ୍ସବ ରେ ଅଧ୍ୟାପିକା ସବିତା ରାଣୀ ଦାଶ, ମୀରା ସେନାପତି, ରୁପାମଞ୍ଜରି ବେହେରା, ଅଭିପସା ନାୟକ, ପୂର୍ଣ୍ଣିମା ମହାନ୍ତି, ତୃପ୍ତି ଦାସ, ସୁଜାତା ପାଲ, ସସ୍ମିତା ସି, ଅଙ୍କିତା ସାହୁ, ଡିପ୍ତିଶ୍ରୀ ବେହେରା, ଦେବାଶ୍ରିତା ବିଶ୍ଵାଳ, ମିନାକ୍ଷୀ ସାହୁ, ସୁଦେଶ୍ନା ଭଞ୍ଜବାବୁ, ଦିପାଞ୍ଜଳୀ ପାତ୍ର, ସଂଯୁକ୍ତା ମହାନ୍ତ, ଯୋତିର୍ମୟୀ ଗିରି, କବିତା ସାହୁ, ରୀନା ମହାନ୍ତ, ପୂଜା ଶତପଥି, କସ୍ତୁରବା ମହାନ୍ତ , ଅଧ୍ୟାପକ ମଦନ ମୋହନ ସାହୁ, ଡ. ଠାକୁରା ଚରଣ ମାରାଣ୍ଡି, ଡ଼. ଜିତେନ୍ଦ୍ର କୁମାର ଦାସ, ଶ୍ରୀରାମ ଟୁଡୁ, ଅଭିଜିତ ପଟ୍ଟନାୟକ, ରଂଜିତ ମାରାଣ୍ଡି, କୀର୍ତ୍ତି କୌଶିକ ନାୟକ,ସତ୍ୟଜିତ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ମହାବିଦ୍ୟାଳୟ ର ଉପାଧ୍ୟକ୍ଷା ସଂଘମିତ୍ରା ରାଉତ ଉତ୍ସବ ରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ୍ ଜଣାଇଥିଲେ।