ଦକ୍ଷିଣ ଚୀନ୍ ସାଗର ଉପରେ ଆମେରିକୀୟ ବିମାନକୁ ବାଧା ଦେଲା କ୍ଷେପଣାସ୍ତ୍ରବାହୀ ଚୀନା ଲଢୁଆ ବିମାନ
ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦକ୍ଷିଣ ଚୀନ୍ ସାଗର ମଧ୍ୟସ୍ଥ ପାରାସେଲ୍ ଦ୍ବୀପ ନିକଟରେ ଗୋଟାଏ ଆମେରିକୀୟ ପାଟ୍ରୋଲ୍ ବିମାନକୁ ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରଧାରୀ ଚୀନା ଲଢୁଆ ବିମାନ ‘ଜେ-୧୧’ ବାଧା ଦେଇଥିବା କଥା ଗୋଟାଏ ରିପୋର୍ଟରେ ଉଲ୍ଲେଖ ଅଛି।
‘ସିଏନ୍ଏନ୍’ ରିପୋର୍ଟ ଅନୁସାରେ, ଆମେରିକା ନୌସେନାର ପି-୮ ପୋଜିଡନ୍ ଦକ୍ଷିଣ ଚୀନ୍ ସାଗର ୨୧.୫୦୦ ଫୁଟ୍ ଊର୍ଦ୍ଧ୍ବରେ ଉଡୁଥିବା କଥା ପଛ ଡେଣାରେ ଲାଲ୍ ତାରକା ଓ କ୍ଷେପଣାସ୍ତ୍ର ବହନ କରିଥିବା ଗୋଟାଏ ଚୀନା ଲଢୁଆ ଜେଟ୍ର ଜଣେ ପାଇଲଟ୍ ଦେଖିଥିଲେ।
ଏ ସଂକ୍ରାନ୍ତରେ ଚୀନ୍ର ‘ପିପୁଲସ୍ ଲିବରେସନ୍ ଆର୍ମି’ଠାରୁ ଆମେରିକା ପାଟ୍ରୋଲ୍ ବିମାନ ପାଇଥିବା ବାର୍ତ୍ତାରେ ଉଲ୍ଲେଖ ଅଛି: ଆମେରିକୀୟ ବିମାନ। ଚୀନ୍ ଏୟାର୍ସ୍ପେସ୍ ପ୍ରାୟ ୨୨ କିଲୋମିଟର୍ ଦୂରରେ ଅଛି। ଆଉ କେବେ ଆସିବ ନାହିଁ, ନଚେତ ପରିଣାମ ଭୋଗିବ।
ଉଲ୍ଲେଖଯୋଗ୍ୟ, ସମଗ୍ର ଦକ୍ଷିଣ ଚୀନ୍ ସାଗର ଉପରେ କର୍ତ୍ତୃତ୍ବ ଜାହିର କରୁଥିବା ଚୀନ୍ ସେଠାରେ ଅନ୍ୟାନ୍ୟ ଦେଶର ସାମରିକ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରୁଛି। ଏହି ଜଳପଥରେ ପ୍ରତିବର୍ଷ ୫ ଟ୍ରିଲିୟନ୍ ଡଲାର୍ ମୂଲ୍ୟର ସାମଗ୍ରୀ ପରିବହନ କରାଯାଏ।