ରାଜ୍ୟ

ଭାରତୀୟ ଅଲମ୍ପିକ ଦଳ ପାଇଁ ବିସିସିଆଇର ବଡ଼ ଘୋଷଣା, ପ୍ରଦାନ କରିବ ଏତିକି କୋଟି

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ରେ ଶେଷ ହେବ। ଏଥର ଅଲିମ୍ପିକ୍ସରେ ଭାରତରୁ ୧୧୭ ଜଣ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି ଏବଂ ଭାରତର ପଦକ ସଂଖ୍ୟା ଦୁଇ ଅଙ୍କରେ ପହଞ୍ଚିବ ବୋଲି ଆଶା କରାଯାଉଛି। କିନ୍ତୁ ଏବେ ପ୍ୟାରିସ୍ ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଭାରତୀୟ ଆଥଲେଟମାନଙ୍କୁ ସମର୍ଥନ କରିବା ପାଇଁ ବଡ଼ ଘୋଷଣା କରିଛି।

ବିସିସିଆଇ ସଚିବ ଜୟ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି “ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ପ୍ରତିନିଧିତ୍ୱ କରୁଥିବା ଆମ ଆଥଲେଟମାନଙ୍କୁ ବିସିସିଆଇ ସମର୍ଥନ କରୁଛି ବୋଲି ଘୋଷଣା କରି ମୁଁ ଗର୍ବ ଅନୁଭବ କରୁଛି। ଆମେ ଭାରତୀୟ ଅଲିମ୍ପିକ୍ ସଂଘକୁ ଏହି ଅଭିଯାନ ପାଇଁ ୮.୫ କୋଟି ଟଙ୍କା ପ୍ରଦାନ କରୁଛୁ । ଆମେ ଭାରତୀୟ ଦଳକୁ ଶୁଭକାମନା ପ୍ରଦାନ କରୁଛୁ । ଭାରତକୁ ଗୌରବାନ୍ବିତ କର ।“

ସୂଚନାଯୋଗ୍ୟ ଯେ ଆସନ୍ତା ୨୬ ତାରିଖରୁ ପ୍ୟାରିସ ଅଲମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *