ମହାରାଜପୁର ଗ୍ରାମ ରେ ବିଦ୍ୟୁତ୍ ସମସ୍ୟା ସୁଧାରିବାକୁ ଗ୍ରାମବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ
ବାରିପଦା, ମହାରାଜପୁର ଗ୍ରାମ ବାରିପଦା ପୌରପରିଷଦ ୨୭ ନଂ ୱାର୍ଡ ର ଏକ ଅଂଶ। ଏହା ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ଠିକ୍ ପଛ ପଟକୁ ଅବସ୍ଥିତ। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ପାଖରେ ଅବସ୍ଥିତ ଥାଇ ମଧ୍ୟ ଗ୍ରାମବାସୀ ମାନେ ବିଭିନ୍ନ ପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପ୍ରଥମତଃ ତକତପୁର ରୁ ମହାରାଜପୁର କୁ ଯିବାକୁ ରାସ୍ତା ନାହିଁ କହିଲେ ଚଳେପୁଣି ବିଦ୍ୟୁତ୍ ସେବା ଏତେ ନିମ୍ନ ମାନର ତାହା ନକହିବା ଭଲ। ମହାରାଜପୁର ଗ୍ରାମ ରେ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟେସି ଆଣ୍ଡ ମ୍ୟାନେଜମେଣ୍ଟ ଓ ମୟୂରଭଞ୍ଜ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ ଅବସ୍ଥିତ, ତାସହିତ ଶହ ଶହ ଲୋକ ପ୍ଲଟ କିଣିଛନ୍ତି। କିନ୍ତୁ ଗ୍ରାମରେ ୩ ଫେଜ୍ ବିଜୁଳି ସଂଯୋଗ ନଥିବାରୁ ମହାବିଦ୍ୟାଳୟ ଓ ଗ୍ରାମବାସୀମାନେ ନିୟମିତ ଉନ୍ନତମାନର ବିଜୁଳି ସେବା ମଧ୍ୟ ପାଇପରୁନାହାନ୍ତି ।ଅନ୍ୟ ପଟେ ଗ୍ରାମ ଟି ତକତପୁର ସହରାଞ୍ଚଳ ଅତି ନିକଟତର ହେଇଥିଲେ ମଧ୍ୟ ଦୂରରେ ଥିବା ଦେଉଳି ଗ୍ରାମାଞ୍ଚଳ ଫିଡାରୁ ବିଜୁଳି ଯୋଗାଇଦିଆଯାଉଛି। ଯାହାଫଳରେ ଅଧିକାଂଶ ସମୟରେ ଲାଇନ୍ ରହୁନାହିଁ । ତେଣୁ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନେ ନାହିଁ ନଥିବାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଉନ୍ନତ ମାନର ବିଜୁଳି ସେବା ଅଭାବରୁ ଲୋକୋମାନେ କିଣିଥିବା ପ୍ଲୋଟ ରେ ଘର ମଧ୍ୟ କରିପାରିନାହାନ୍ତି । ତେଣୁ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟେନ୍ସୀ ଆଣ୍ଡ ମ୍ୟାନେଜମେଣ୍ଟ ସମ୍ମୁଖ ରେ ଥିବା ସିଙ୍ଗଲ ଫେଜ୍ ଟ୍ରଂସ୍ଫର୍ମର କୁ ୩ ଫେଜ୍ କରିବା ଏବଂ ମହରାଜପୁର ଗ୍ରାମ କୁ ତକତପୁର ସହରାଞ୍ଚଳ ବିଦ୍ୟୁତ ଫିଡ଼ାର ରୁ ବିଜୁଳି ସଂଯୋଗ ଦେବା ନିମନ୍ତେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଏବଂ ସଂପୃକ୍ତ ଦାବିପତ୍ର ର ଅବିକଳ ନକଲ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ଙ୍କୁ ଏମେଲ୍ ଯୋଗେ ଗ୍ରାମବାସୀ ସିଂଗରାୟ ମୁର୍ମୁ ଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ , ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଓ ମୟୂରଭଞ୍ଜ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ଉପକୃତ ହେବେ ।