କଟକ: ଐତିହାସିକ କଟକ ବାଲିଯାତ୍ରାରେ ବୋଇତ ରେସ୍ । ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେ ପକାଇ ପ୍ରଥମ ଥର ପାଇଁ ତଳ ପଡିଆ ମହାନଦୀ ଜଳ ରାଶିରେ ଅନୁଷ୍ଠିତ ହେଉଥିଲା “ବୋଇତ ରେସ୍”। ଫାଇନାଲ ପାଞ୍ଚ ଶହ ମିଟର ମହିଳା ବର୍ଗର ବୋଇତ ରେସରେ ଓଡ଼ିଶା ଟିମ୍ ପ୍ରଥମ ସ୍ଥାନ ଅଧିକାର କରିଛି । ବୈଷ୍ଣବ ପାଣି ମଞ୍ଚରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି । ମହାନଦୀ ଜଳ ରାଶିରେ ଫ୍ଲାଇଙ୍ଗ ବୋଟ୍ ପ୍ରଦର୍ଶନକୁ ଉପଭୋଗ କରିଥିଲେ ରାଜ୍ୟପାଳ ।
