ତା ୧୪. ୧୧. ୨୦୨୫ ରିଖ ଆଆର୍ ସିଂ ଭିଲେଜ୍ ସ୍ଥିତ ମହର୍ଷି ପବ୍ଲିକ ସ୍କୁଲ ଠାରେ ଶିଶୁ ଦିବସ ଅନୁଷ୍ଠିତ ହୋଇଯାଇଅଛି।ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗର 20 ରୁ ଉର୍ଦ୍ଧ ଜଣ ଛାତ୍ରଛାତ୍ରୀ ନାଚ, ଗୀତ, କୌତୁକ ପୋଷାକ ପ୍ରତିଯୋଗିତାରେ ଭାଗ ନେଇ ଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଶ୍ରୀମତୀ ତପସ୍ୱିନୀ ପଣ୍ଡା ଦାସ, ବିଚାରକ ମଣ୍ଡଳୀ ଭାବରେ ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମକୁ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ହେନା ମହାପାତ୍ର ପରିଚାଳନା କରିଥିଲେ। ସ୍କୁଲର ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ।ଏହି ପ୍ରତିଯୋଗିତାରେ ପିଲାମାନେ ବହୁତ୍ ଉତ୍ସାହର ସହ ଭାଗ ନେଇଥିଲେ।ବିଗତ କିଛି ବର୍ଷ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆସୁଅଛି।ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଡ଼ ପ୍ରସନ୍ନ ପାଟଶାଣି ଯୋଗ ଦେଇ ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ.ପଡ଼ିଆଠାରେ ଅନୁଷ୍ଠିତ କଳିଙ୍ଗ ପୁସ୍ତକ ମେଳାରେ ପ୍ରଦାନ କରାଯିବ। ସମସ୍ତ ପ୍ରତୀଯୋଗୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ।

ଶିଶୁ ପ୍ରତିଭା ସମ୍ମାନ ପ୍ରତିଯୋଗିତା: ୦୯.୧୧.୨୫–ଶିଶୁ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ପ୍ରଶାନ୍ତି ଏଜୁକେଶନାଲ୍ ଏବଂ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଶିଶୁ ପ୍ରତିଭା ସମ୍ମାନ ପ୍ରତିଯୋଗିତା
ଆଇ ଆର୍ ସି ଭିଲେଜ୍ ସ୍ଥିତ ମହର୍ଷି ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ୮୫ ଜଣ ଛାତ୍ରଛାତ୍ରୀ ନାଚ, ଗୀତ,ଡ୍ରଇଂ,
ଧୀଶକ୍ତି ପରୀକ୍ଷା,କୈତୁକ ପୋଷାକ ଏବଂ ତର୍କ ପ୍ରତିଯୋଗିତାରେ ଭାଗ ନେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଡଃ.ରେଖା ଦାସ, ସଞ୍ଜୁକ୍ତା ମହାପାତ୍ର, ସୁଷମା ମହାପାତ୍ର, ପଦ୍ମାସୀନୀ ଷଡ଼ଙ୍ଗୀ, ସଞ୍ଜୁକ୍ତା ନାୟକ, ଶ୍ରୀମତୀ ସୁମିତା ସୁବୁଦ୍ଧି ସ୍ଙଗ୍ରାମ ସାହୁ, ବିଶ୍ଵ ରଞ୍ଜନସ୍ବାଇଁ,ଶ୍ରୀମତୀ ମମତା ଦାସ ବିଚାରକ ମଣ୍ଡଳୀ ଭାବରେ ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମକୁ ପିଇସିଟିର ଅଧ୍ୟକ୍ଷା ତପସ୍ୱୀନି ପଣ୍ଡା ଏବଂ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ହେନା ମହାପାତ୍ର ପରିଚାଳନା କରିଥିଲେ। ସ୍କୁଲର ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ।ଏହି ପ୍ରତିଯୋଗିତାରେ ପିଲାମାନେ ବହୁତ୍ ଉତ୍ସାହର ସହ ଭାଗ ନେଇଥିଲେ।ବିଗତ କିଛି ବର୍ଷ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଆସୁଅଛି।
