ରାୟଗଡ଼: ଜାତୀୟ ପ୍ରେସ ଦିବସ ଅବସରରେ ପ୍ରେସ ଆଣ୍ଡ ମେଡିଆ ୱେଲଫେର ଆସୋସିଏସନ ପକ୍ଷରୁ ଆଜି ସ୍ଥାନୀୟ ତେଜସ୍ୱି ହୋଟେଲରେ ବିଶେଷ ପାଳନ କାର୍ଯ୍ୟକ୍ରମ ଆୟୋଜିତ କରାଗଲା। କାର୍ଯ୍ୟକ୍ରମର ଆରମ୍ଭରେ ମା ମଝିଘରିଆଣୀଙ୍କ ନିକଟରେ ଆସୋସିଏସନର ନୂତନ ଲୋଗୋର ଉନ୍ମୋଚନ କରାଯାଇଥିଲା। ପରବର୍ତ୍ତୀତ, ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ଓ ରାଜ୍ୟସଭା ସାଂସଦ ସୁରଜ କୁମାରଙ୍କ ହସ୍ତେ ଏହି ଲୋଗୋ ପ୍ରଦର୍ଶନ କରାଗଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଥିବା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଉଦଘାଟନ କଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ମଙ୍ଗଳ ସଂଘ ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ସମଦୃଷ୍ଟି ପତ୍ରିକାର କାର୍ଯ୍ୟନିର୍ବାହୀ ସଂପାଦକ ବିଘ୍ନେଶ୍ୱର ସାହୁ ଯୋଗଦେଇଥିଲେ।
ଅତିଥିମାନେ ନିଜ ଉଦ୍ବୋଧନରେ କହିଥିଲେ ଯେ, ସାମ୍ବାଦିକମାନଙ୍କ ନିଷ୍ଠାପୂର୍ଣ୍ଣ କାର୍ୟ ଏବଂ ଖବର ପରିବେଷଣରେ ସତ୍ୟନିଷ୍ଠା ସମାଜର ପ୍ରଗତିର ଭିତ୍ତି। ପ୍ରେସ ଆଣ୍ଡ ମେଡିଆ ୱେଲଫେର ଆସୋସିଏସନ ନିଃସ୍ୱାର୍ଥ ଉଦ୍ଦେଶ୍ୟ ନିୟେ ଗଠିତ ହୋଇଥିବାରୁ ଭବିଷ୍ୟତରେ ଏହା ରାଜ୍ୟସ୍ତରରେ ଅଗ୍ରଣୀ ସମ୍ବାଦିକ ସଂଗଠନ ଭାବେ ପରିଚିତ ହେବ ବୋଲି ସେମାନେ ଆଶା ବ୍ୟକ୍ତ କଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଆସୋସିଏସନ ପକ୍ଷରୁ ସମ୍ବର୍ଧନା ସହ ଉପହାର ପ୍ରଦାନ କରାଗଲା। ଅବସର ଉପଲକ୍ଷେ ଆସୋସିଏସନର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା, ରାଧାକୃଷ୍ଣ ପଟନାୟକ, ଅମୂଲ୍ୟରତ୍ନ ସାହୁ, ମାଉଡି ବାରିକ, ଚିତ୍ତରଞ୍ଜନ ନାୟକ, ସୁରେଶ ଚନ୍ଦ୍ର ଦାଶ ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
ପରିଚାଳନା କମିଟିର କେ. ଶିବ ପ୍ରସାଦ ଦୋରା, ତୁଷାର ରଞ୍ଜନ ସାହୁ, ୱାଇ. ଦାମୋଦର ରାଓ, ସିବନରାୟଣ ଗୌଡ଼, ଶିବାଜୀ ଦାଶ, ପ୍ରଶାନ୍ତ ପାଳ ସଭାକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ସଭାର ପ୍ରାରମ୍ଭରେ ଶିବାଜୀ ଦାଶ ଏକତାକୁ ଆସୋସିଏସନର ଶକ୍ତି ଭାବେ ବର୍ଣ୍ଣନା କରି ‘ଆମ ଏକତା ଓଡ଼ିଶାରେ ଉଦାହରଣ ସୃଷ୍ଟି କରିବ’ ବୋଲି କହିଥିଲେ।
ଶେଷରେ ଶିବ ନାରାୟଣ ଗୌଡ଼ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ଶେଷ କଲେ। ଉଦଘୋଷିକା ବିଦିଶା ଶତପଥୀ ମଂଚ ପରିଚାଳନାରେ ସୁଚାରୁ ଭୂମିକା ନିଭାଇଥିଲ |
