ଭୁବନେଶ୍ୱର : KIIT କ୍ୟାମ୍ପସରେ ପହଞ୍ଚିଲେ ନୀତା ଅମ୍ବାନୀ । କିଟ୍ ରେ ପହଞ୍ଚିଲା ପୂର୍ବରୁ ନୀତା ଅମ୍ବାନିଙ୍କ କାରକେଡ ଟିମ୍ ପହଂଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଚେୟାରପର୍ସନ ନୀତା ଅମ୍ବାନୀ । ୨୦୨୫ ବର୍ଷ ପାଇଁ କିସ୍ ହ୍ୟୁମାନିଟାରିଆନ ସମ୍ମାନ ପାଇବେ ନୀତା ଅମ୍ବାନୀ । ବିମାନବନ୍ଦରରୁ ସିଧା KIIT କୁ ଆସିଲେ ନୀତା ଅମ୍ବାନୀ । ଜୟ ଜଗନ୍ନାଥ କହି ସମ୍ବୋଧନ କଲେ । ହସ୍ତତନ୍ତ ଶାଢ଼ୀର ପ୍ରଶଂସା କଲେ । ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଚନ୍ତି ନୀତା ଅମ୍ବାନି । ମିନି ଇଣ୍ଡିଆ ଭ୍ରମ ସୃଷ୍ଟି କରୁଛି କିଟ୍ ବିଶ୍ୱ ବିଦ୍ୟାଳୟ ।
ସଠିକ୍ ଭାବେ ପଢ଼ାପାଢ଼ୀ ଚାଲିଛି ନା ନାହିଁ ପଚାରିଲେ ଛାତ୍ର ଛାତ୍ରୀଙ୍କୁ । ପିଲାମାନଙ୍କ ସହ ଭାବବିନିମୟ କରିବା ସହ ଫଟୋ ଉଠେଇବେ । ୨୦୨୫ ବର୍ଷପାଇଁ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ପାଇବେ ନିତା ଅମ୍ବାନୀ । ରିଲାଏନ୍ସ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ତଥା ଚେୟାରପର୍ସନ ନିତା ଅମ୍ବାନୀଙ୍କୁ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ପ୍ରଦାନ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ବିଶ୍ୱରେ ନିରବଚ୍ଛିନ୍ନ ଭାବେ ନିଷ୍ଠାର ସହ ମାନବ ସେବାରେ ନିୟୋଜିତ ବ୍ୟକ୍ତି କିମ୍ବା ସଂଗଠନକୁ ୨୦୦୮ରୁ ଏହି ସମ୍ମାନ ପ୍ରଦାନ କରାଯାଉଛି।
