ଭୁବନେଶ୍ଵର : ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏହାର କୋଡ଼ିଙ୍ଗାମାଳି ବକ୍ସାଇଟ୍ ଖଣିରେ ବୈଦ୍ୟୁତିକ ଯାନ (ଇ.ଭି.) ଲୋଡର ନିୟୋଜିତ କରି ଡି-କାର୍ବୋନାଇଜେସନ୍ ମାଇଲଖୁଣ୍ଟ ହାସଲ କରିଛି, ଯାହା ଏହାର ଲୋଡିଂ କାର୍ଯ୍ୟକଳାପରୁ ୫୦% ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିପାରିଛି । ୨୦୫୦ମସିହା ସୁଦ୍ଧା ମୋଟ-ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଦିଗରେ କମ୍ପାନୀର ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହି ପରିବର୍ତ୍ତନ ଦ୍ୱାରା ଅଧା ଲୋଡିଂ ବ୍ୟବସ୍ଥା ଡିଜେଲରୁ ବିଦ୍ୟୁତକୁ ସ୍ଥାନାନ୍ତରିତ ହୋଇଛି ।
ସିଙ୍ଗାରାମ ସାଇଡିଂରେ ପୂର୍ବରୁ ଛଅଟି ଡିଜେଲ ଲୋଡର ଉପରେ ନିର୍ଭର କରିବାକୁ ପଡୁଥିଲା । ନୂତନ ୩.୩ ଡିଜେଲ ରୁ ଇ.ଭି ବ୍ୟବସ୍ଥା ସହିତ, ଅଙ୍ଗାରକାମ୍ଳ ନିର୍ଗମନ ଘଣ୍ଟା ପ୍ରତି ୧୨୦ କିଲୋଗ୍ରାମ ହ୍ରାସ ପାଇଛି, ଯାହା ସ୍ୱଚ୍ଛ ଏବଂ ଅଧିକ ଦକ୍ଷ ଖନନରେ ଯଥେଷ୍ଟ ଯୋଗଦାନ ଦେଇଛି । ଏହି ପରିବର୍ତ୍ତନ ବାୟୁ ଏବଂ ଶବ୍ଦ ପ୍ରଦୂଷଣ ହ୍ରାସ, ଉଚ୍ଚ ଶକ୍ତି ଦକ୍ଷତା ଏବଂ ଜୀବାଶ୍ମ ଇନ୍ଧନ ନିର୍ଭରଶୀଳତା ହ୍ରାସ ସହିତ ପରିବେଶଗତ ଲାଭ ମଧ୍ୟ ଆଣିଦେଇଛି ।
ଏହି ପଦକ୍ଷେପ ବେଦାନ୍ତ ଆଲୁମିନିୟମର ବ୍ୟାପକ ଦୂରଦୃଷ୍ଟିର ଏକ ଅଂଶବିଶେଷ, ଯାହା ସମସ୍ତ ପରିଚାଳନା କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ବୈଦ୍ୟୁତିକ ଫ୍ଲିଟ୍ ପ୍ରସ୍ତୁତ କରିବ । କମ୍ପାନୀ ପୂର୍ବରୁ ଓଡ଼ିଶା ଏବଂ ଛତିଶଗଡ଼ରେ ଭାରତର ସର୍ବବୃହତ ଲିଥିୟମ୍-ଆୟନ ବ୍ୟାଟେରୀ ଚାଳିତ ବୈଦ୍ୟୁତିକ ଫୋର୍କଲିଫ୍ଟ ପରିଚାଳନା କରିସାରିଛି ଏବଂ ୨୦୫୦ କିମ୍ବା ତାହା ପୂର୍ବରୁ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବା ସହିତ ଏହାର ଡି-କାର୍ବୋନାଇଜେସନ୍ ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ଲାଗିଛି ।
ବେଦାନ୍ତ ଆଲୁମିନା ବିଜନେସର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଏହି ସଫଳତା ଉପରେ ମନ୍ତବ୍ୟ ଦେଇ କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ, ଆମେ ବୈଦ୍ୟୁତିକ ଯାନକୁ ଶକ୍ତିର ଏକ ସ୍ଥାୟୀ ଏବଂ ଅକ୍ଷୟଶକ୍ତି ଉତ୍ସ ଭାବରେ ଦେଖୁଛୁ ଯାହା ଆମର ପରିଚାଳନା ଏବଂ ଆମ ଧରିତ୍ରୀର ଭବିଷ୍ୟତକୁ ଶକ୍ତି ପ୍ରଦାନ କରେ । କୋଡିଙ୍ଗାମାଳିରେ ଇ.ଭି. ଲୋଡରରେ ଆମର ନିବେଶ ଦର୍ଶାଉଛି ଯେ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା କିପରି ଦୀର୍ଘକାଳୀନ ନମନୀୟତା ସୃଷ୍ଟି କରିବା ସହିତ ତୁରନ୍ତ ନିର୍ଗମନ ହ୍ରାସ ପ୍ରଦାନ କରେ । ଏହି ସଫଳତା ଆମର ନେଟ୍-ଜିରୋ ଯାତ୍ରାକୁ ସୁଦୃଢ଼ କରିବା ସହିତ ଏହା ପ୍ରମାଣିତ କରୁଛି ଯେ ବିନା ଆପୋଷ ବୁଝାମଣାରେ ସ୍ଥାୟୀ ନବସୃଜନ ଖଣି କ୍ଷେତ୍ରର ଉତ୍କର୍ଷତାକୁ ଆଗେଇ ନେଉଛି ।
