ମୟୁରଭଞ୍ଜ ସାଇନ୍ସ ହାୟାର ସେକେଣ୍ଡାରୀ ସ୍କୁଲ
ବାରିପଦା :- -:- ସ୍ଥାନୀୟ ମହାରାଜପୁର ସ୍ଥିତ ମୟୁରଭଞ୍ଜ ସାଇନ୍ସ ହାୟାର ସେକେଣ୍ଡାରୀ ସ୍କୁଲ
ପକ୍ଷରରୁ ବିଶ୍ୱ ପଖାଳ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ
ପଖାଳ ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ ଯାହା ସ୍ୱାସ୍ଥ୍ୟ ପକ୍ଷରୁ ଉପକାରୀ ଏବଂ ପୁଷ୍ଟିକର। ପଖାଳ ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଖାଳର ମାହାତ୍ମ୍ୟ ଏବଂ ଏହାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହା ସହିତ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଏବଂ ସଂସ୍କୃତିକ ମୂଲ୍ୟବୋଧ ସମ୍ପର୍କରେ ଲୋକଙ୍କ ମଧ୍ୟରେ ଆପଣାପଣ ସୃଷ୍ଟି କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଏହି ଅବସରରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରାବାସ ରେ ରହୁଥିବା ଗ୍ରୀଷ୍ମ ଅବକାଶ କାଳୀନ କୋର୍ସର ଛାତ୍ରଛାତ୍ରୀ ମାନେ ଏଥିରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟାନ୍ସୀ ଆଣ୍ଡ ମ୍ୟାନେଜମେଣ୍ଟ ର ଅଧକ୍ଷ ପ୍ରଦୀପ କୁମାର ନାୟକ, ଉପାଧକ୍ଷା ସଂଘମିତ୍ରା ରାଉତ, ରାଇରଙ୍ଗପୁର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ ତଥା ଗୀତିକାର, ଅଭିନେତା ସୁନୀଲ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ପଖାଳ ଦିବସ ପାଳନ ର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ. ଏହାପରେ ସମସ୍ତ ଅତିଥି ବୃନ୍ଦ, ମହାବିଦ୍ୟାଳୟ ର ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ସହ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ସହ ପଖାଳ ର ମଜା ନେଇଥିଲେ. ଏହି କାର୍ଯ୍ୟକ୍ରମ ରେ ମହର୍ଷି ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଶିକ୍ଷକ କର୍ମଚାରୀ ମାନେ ମଧ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଟି ଅଧକ୍ଷା ଦେବଶ୍ରୀତା ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପଖାଳ ଦିବସର ମହତ୍ତ୍ୱ ସମ୍ପର୍କରେ ଶିକ୍ଷାର୍ଥୀ ମାନଙ୍କୁ ଅବଗତ କରାଯାଇଥିଲା।ଅଧକ୍ଷା ଦେବାସ୍ରିତା ବିଶ୍ୱାଳ ଏହିଁ କାର୍ଯ୍ୟକ୍ରମ ର ସଫଳତା ପାଇଁ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମ୍ରଚାରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି.
