କାମାକ୍ଷାନଗର : ବଜ୍ରପାତରେ ଜଳିଗଲା ଛଅ ବଖରା ଘର । ଲକ୍ଷାଧିକ ଟଙ୍କାର ସୁନା, ରୁପା, ଆସବାବ ପତ୍ର ଜଳିପୋଡି ପାଉଁଶ । ଯମୁନାକୋଟ ଗାଁରେ ଘଟିଛି ଅଘଟଣ । ଗାଁର ଅଖିଳ ସାହାଣୀ ଓ ଉଦୟ ସାହାଣୀଙ୍କ ଛଅ ବଖରା ଘର ଭସ୍ମିଭୂତ । ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ କାମାକ୍ଷାନଗର ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଥିଲା । ସେହି ସମୟରେ ହଟାତ ଅଖିଳ ଓ ଉଦୟଙ୍କ ଘର ଉପରେ ବଜ୍ରପାତ ହୋଇଥିଲା । ଫଳରେ ଛଅ ବଖରା ଘର ସମେତ ଘରେଥିବା ସୁନା, ରୁପା, ଓ ଅନ୍ୟ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଖବରପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରିରଖିଛି । ତେବେ ଅଖିଳ ଓ ଉଦୟ ଦୁଇଭାଇ ହୋଇଥିବା ଜଣାପଡିଛି ।
