ଭୁବନେଶ୍ୱର : ଆଉ ୭ ଦିନ ବଢ଼ିଲା ଧାନ କିଣା ଅବଧି । ୭ ତାରିଖ ଯାଏଁ ଖରିଫ ଧାନ କିଣାଯିବ । ଆସନ୍ତାକାଲି ଧାନ କିଣାର ଶେଷ ଦିନ ଥିଲା । ଅନେକ ଚାଷୀ ପଞ୍ଜୀକରଣ କରିପାରୁନଥିବାରୁ ଅବଧି ବୃଦ୍ଧି କରାଯାଇଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୭ଲକ୍ଷ ଚାଷୀ ପଞ୍ଜିକରଣ କରିଛନ୍ତି । ଗତବର୍ଷ ୧୯ଲକ୍ଷ ୬୭ହଜାର ଚାଷୀ ପଞ୍ଜିକରଣ କରିଥିଲେ। ତେଣୁ ଆହୁରି ଚାଷୀ ପଞ୍ଜିକରଣ କରିବାକୁ ବାକି ଅଛନ୍ତି। ଚାଷୀଙ୍କୁ ଅସୁବିଧା ନହେବା ପାଇଁ ସମୟ ସୀମା ବୃଦ୍ଧି କରାଯାଇଛି। କିଛି ସ୍ଥାନରେ ସର୍ଭର ସମସ୍ୟା ଯୋଗୁଁ ପଞ୍ଜିକରଣରେ ବାଧା ସୃଷ୍ଟି ହେଉଛି। ସେହି ସମସ୍ୟାକୁ ସମାଧାନ କରାଯିବାକୁ ପ୍ରୟାସ କରାଯାଉଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି। ଏଥର ୨୦ ଲକ୍ଷ ମେଟ୍ରିକ ଟନ ଉଠାଯିବ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା l ୭ ଦିନ ମଧ୍ୟରେ ସବୁ ଧାନ ଉଠିଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
