ସୋରଡା: ଗଞ୍ଜାମ ଜିଲ୍ଲା ବଡଗଡ ବନାଞ୍ଚଳକୁ ବଡ ସଫଳତା ମିଳିଛି । ରାତ୍ରିରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ମିନି ଟ୍ରକରେ ୩୦ରୁ ଉର୍ଦ୍ଧ ସାଗୁଆନ କାଠ ବୋଝେଇ ହୋଇ ଯାଉଥିବା ସମୟରେ ମାଡିବସିଲା ବନ ବିଭାଗ । କାଠର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ଏବଂ ଗାଡି ଟିର ଦାମ ଚାରି ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ବଡଗଡ ରେଞ୍ଜର ଅଞ୍ଜନ କୁମାର ନାୟକ । ଗାଡିଟି ମେରିକୋଟରୁ ମାଣ୍ଡିଆଖମଣ ଦେଇ ଆସୁଥିବା ସମୟରେ ବନ ବିଭାଗର କର୍ମଚାରୀ ମାଡି ବସିଲେ । କାଠ ମାଫିଆ ଚଲାକି କରି ଗାଡିରେ ଜାତୀୟ ପତାକା ଲଗାଇ ଦେଶ ପ୍ରତି ମମତା ଦର୍ଶାଇ ସାଗୁଆନ କାଠ ଚୋରି କରୁଥିଲେ ।
