ନୂଆଦିଲ୍ଲୀ: ECI ଜ୍ଞାନେଶ କୁମାରଙ୍କୁ ଇସ୍ତଫା ପାଇଁ ସିଜେପି ଦେଇଥିବା ଡେଡଲାଇନ ଆଜି ସରୁଛି । ଇସ୍ତଫା ନ ଦେଲେଗାନ୍ଧୀ ଜୟନ୍ତୀରୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ଆହୁରି ଜୋରଦାର କରିଛି କକରୋଚ୍ ଜନତା ପାର୍ଟି (CJP) । ଆଜି ସୁଦ୍ଧା ଜ୍ଞାନେଶ କୁମାର ପଦ ନ ଛାଡ଼ିଲେ ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ମୁମ୍ବାଇରେ ଆନ୍ଦୋଳନ ଆରମ୍ଭ ହେବ ଏବଂ ପରେ ଏହାକୁ ଦେଶର ବିଭିନ୍ନ ସହରକୁ ନିଆଯିବ ବୋଲି CJP ଘୋଷଣା କରିଛି । ଦାବି ପୂରଣ ନହେଲେ ଦିଲ୍ଲୀରେ ‘ଜନ୍ତରମନ୍ତର ୨.୦’ ଭଳି ଅନିର୍ଦ୍ଦିଷ୍ଟକାଳୀନ ଧାରଣା ହୋଇପାରେ ବୋଲି ମଧ୍ୟ CJP ସଙ୍କେତ ଦେଇଥିଲା । ଏହା ସହ CJP ‘Election Commission Thik Karo’ ଅଭିଯାନ ଆରମ୍ଭ କରିଛି ।
CJPର ଘୋଷଣା ଅନୁସାରେ, ଅକ୍ଟୋବର ୨ରେ ମୁମ୍ବାଇରୁ ଏହି ଆନ୍ଦୋଳନ ଆରମ୍ଭ ହେବ । ପରେ ଦେଶର ବିଭିନ୍ନ ସହରକୁ ଏହାକୁ ବ୍ୟାପକ କରାଯିବ । ଦଳର ପ୍ରତିଷ୍ଠାତା ଅଭିଜିତ୍ ଦିପକେ ସୋସିଆଲ୍ ମିଡିଆରେ ଏନେଇ ଘୋଷଣା କରିଛନ୍ତି । ଗାନ୍ଧୀ ଜୟନ୍ତୀରୁ ଦେଶବ୍ୟାପୀ ପ୍ରତିବାଦ କରିବାକୁ CJP ପକ୍ଷରୁ କୁହାଯାଇଛି ।
