ଗୋପ-( ପି,ଏନ) ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସର ଚଳଚଞ୍ଚଳ ଥିବା ବେଳେ ଶୁକ୍ରବାର ପ୍ରାଥିପତ୍ର ଦାଖଲ ସହିତ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଶନିବାର କୌଣସି କାରଣ ନଥାଇ ନିର୍ବାଚନ ବାତିଲ କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି ଛାତ୍ର ଛାତ୍ରୀ ମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇବା ସହ ପୁନରାୟ ନିର୍ବାଚନ କରିବା ଦାବିରେ ଗୋପ -କୋଣାର୍କ ମୁଖ୍ୟ ରାସ୍ତାରେ ଟାୟାର ଜାଳି ବିଭିନ୍ନ ନାରାବାଜି ଦେଇଥିଲେ I

ସୁଚନା ମୁତାବକ ଦୀର୍ଘ ୮ ବର୍ଷ ପରେ ଗୋପ ମହାବିଦ୍ୟାଳୟ ରେ ନିର୍ବାଚନ ହେବାକୁ ଥିବା ବେଳେ ନିୟମ ଅନୁଯାୟୀ ଗୋପ କଲେଜ ପକ୍ଷରୁ ପ୍ରାର୍ଥପତ୍ର ଦାଖଲ ଓ ଯାଞ୍ଚ ତାଲିକା ଲଗାଯିବା ପରେ ଛାତ୍ର ସଂଗଠନ, ଏବିଭିପି ଓ ସ୍ବାଧୀନ ପ୍ରାର୍ଥୀ ଭାବେ ୨୯ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ଏବିଭିପି ପକ୍ଷରୁ ୧୯ଟି ପଦ ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ଦେଇପାରି ନଥିବା ବେଳେ ଛାତ୍ର ସଂଗଠନର ୯ ଜଣ ପ୍ରାର୍ଥୀ ନିର୍ଦୋନ୍ଦ୍ୱରେ ନିର୍ବାଚିତ ନିର୍ବ ହୋଇଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଛାତ୍ର ସଂଗଠନ ପ୍ରାର୍ଥୀମାନେ ବିଜୟୀ ହେବେ ବୋଲି ସଭାପତି ପ୍ରାର୍ଥୀ ନିମାଇଁ ଚାନ୍ଦ୍ ସାହୁ ଦେଇଥିଲେ । ଏବିଭିପି ପକ୍ଷରୁ କଡ଼ା ଟକ୍କର ହେବ ବୋଲି ଶନିବାର ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଆଉ ଦୁଇଜଣ ପାର୍ଥି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଇଥିବା ବେଳେ ।କୌଣସି କାରଣ ନଥାଇ କଲେଜ କତ୍ତୃପକ୍ଷ ନିର୍ବାଚନ ବାତିଲ କରିଥିବା ନେଇ ଅଭିଯୋଗ କରି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ରାଜନୈତିକ ଚାପରେ ଓ ନିର୍ବାଚନ ହାରିବା ଭୟରେ ନିର୍ବାଚନ କୁ ସରକାରୀ ଦଳ ଉଦେଶ୍ୟ ମୂଳକ ଭାବେ ବନ୍ଦ କରିଥିବା ଅଭିଯୋଗ କରି କଲେଜ ଗେଟ ତାଲା ପକାଇବା ସହ ଗୋପ-କୋଣାର୍କ ମୁଖ୍ୟ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ, ଫଳରେ ଯାତ୍ରୀ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମୂଖୀନ ହୋଇଥିଲେ ।ଘଟଣା ସ୍ତଲରେ ତହସିଲଦାର ଜୟଦତ ଆଚାର୍ଯ୍ୟ, ଅତିତିକ୍ତ ତହସିଲ ଦାର ସତ୍ୟଜିତ ନାୟକ ,ଏସ୍ଡିପିଓ ଜନାର୍ଦ୍ଦନ ପାଢ଼ୀ, କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ ପଢ଼ିଆରୀ,ଗୋପ ଥାନା ଅଧିକାରୀ ଦୁର୍ଗାଚରଣ ମହାପାତ୍ର, ପ୍ରମୁଖ ବୁଝାସୁଝା କରିଥିଲେ ।ଖବର ଲେଖାହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିଲା ।
