ଭୁବନେଶ୍ଵର(ପି ଏ ନ ): ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସ୍ଵୀକୃତିପ୍ରାପ୍ତ ପିଡ଼ିଓକାଲ ଖବରକାଗଜ (ଓଗାପା) ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ ସଞ୍ଜୟ କୁମାର ବିଶ୍ଵାଳଙ୍କ ସହ ସାକ୍ଷାତ ଓ ଆଲୋଚନା କରି ସରକାରଙ୍କ ତରଫରୁ ମିଳୁଥିବା ପର୍ବ ପର୍ବାଣୀ ଓ ସ୍ଵତନ୍ତ୍ର ଦିବସ ଅବସରରେ ସମସ୍ତ ବାର୍ତ୍ତାକୁ ଅନୁମୋଦନ ପ୍ରାପ୍ତ କ୍ଷୁଦ୍ର ଓ ମଧ୍ୟମ ସମ୍ପାଦପତ୍ରଗୁଡ଼ିକୁ ପ୍ରଦାନ କରାଯିବା, ଯେଉଁ ସମ୍ୱାଦପତ୍ରଗୁଡ଼ିକ ଡ଼ିଏଭିପି ( ସି ବି ସି )ଅନୁମୋଦନ ପାଇଛନ୍ତି ସେମାନଙ୍କୁ ଡ଼ିଏଭିବି ବିଜ୍ଞାପନ ଦର ଅନୁଯାୟୀ ଲାଗୁ କରାଯିବା, ସାମ୍ୱାଦିକ ଅଧିସ୍ଵୀକୃତି କମିଟି ଗଠନ କରାଯିବା, ବାର୍ଷିକ ଉତ୍ସବଗୁଡ଼ିକରେ ଅଧା ପୃଷ୍ଠା ବିଜ୍ଞାପନ ପ୍ରଦାନ କରିବା ସମ୍ପର୍କରେ, ରାଜ୍ୟସ୍ତରୀୟ ସାମ୍ୱାଦିକଙ୍କୁ ଅସ୍ଥାୟୀ ଅଧିସ୍ଵୀକୃତି ପ୍ରଦାନ କରିବା ନେଇ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ନିର୍ଦ୍ଦେଶକ ଶ୍ରୀ ବିଶ୍ଵାଳ ଏହି ଦାବୀ ପତ୍ରକୁ ଗ୍ରହଣ କରି ଏହା ଉପରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।
ସାକ୍ଷାତ ଆଲୋଚନା ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ପ୍ରଣବ କୁମାର ଦାଶ, ଓଗାପାର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ଭାଦିକ ରବି ରଥ, ସଭାପତି ସନତ ମିଶ୍ର, ଉପସଭାପତି ପ୍ରଦୁ୍ୟମ୍ନ ମହାନ୍ତି, ସାଧାରଣ ସମ୍ପାଦକ ସ୍ଵଦେଶଚନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ ଡ଼ ଜୀବନ କୁମାର ଦୀକ୍ଷିତ, ରମାକାନ୍ତ ପରିଜା, ଚରଞ୍ଜନ ଦାସ, ଶରତ ଚନ୍ଦ୍ର ଦାଶ, ସତ୍ୟ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
