ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ମାଲକାନଗିରି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଆସନ୍ତା ୨୮ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ଅନୁଭୂତ ହେବାର ଆଶଙ୍କା ଥିବାରୁ ଜନଜୀବନର ସୁରକ୍ଷା ଓ ବିପର୍ଯ୍ୟୟର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ବିଶେଷକରି ମୋଟୁ ସୀମାନ୍ତ, କାଲିମେଳା ଓ ପଡ଼ିଆ ଅଞ୍ଚଳ ଉପରେ ପ୍ରଶାସନ ସ୍ୱତନ୍ତ୍ର ନଜର ରଖିଛି।
