ଭବାନୀପାଟଣା,୧୫|୧୦
ଭବାନୀପାଟଣା ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ଡ଼ା ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ପାଳିତ ହୋଇଯାଇଛି | ପ୍ରଥମେ ତାଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟା ଦେଇ ସଭା ଆରମ୍ଭ ହୋଇଥିଲା | ଅବଦୁଲ କଲାମ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କଦ୍ୱାରା ଲିଖିତ ‘ଇଗନାଇଟେଡ୍ ମାଇଣ୍ଡସ୍, ‘ୱିଙ୍ଗସ୍ ଅଫ୍ ଫାୟାର’ ଓ ‘ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନ୍ୟୁ ମିଲେନିୟମ୍‘ ଦେଶର କୋଟି କୋଟି ଲୋକଙ୍କ ଲାଗି ପ୍ରେରଣାର ଉତ୍ସ ସାଜିଛି ଓ ପ୍ରତେକ ଛାତ୍ରଛାତ୍ରୀ ଦେଶପ୍ରେମ, ରାଷ୍ଟ୍ରଗଠନ ଭାଇଚାରା ସହ କଲାମଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ଓ ଆର.କେ. ସାଇକେଲ ମୁଖ୍ୟ ରୁପେଶ ଅଗ୍ରୱାଲ ସଂମ୍ନାନିତ ଅତିଥି ରୂପେ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ | ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ସହ ଶତାଧିକ ଅଭିଭାବକ ଉପସ୍ଥିତ ରହିଥିବା ବେଳେ, ସରିତା ବାଗେଲ, ଚନ୍ଦ୍ରପ୍ରଭା ମିଶ୍ର ଓ ବିକାଶ ତାଣ୍ଡି ସହଯୋଗ କରିଥିଲେ ଓ ଶିକ୍ଷକ ଆଶିଷ ତାଣ୍ଡି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ
