-ବିଦେଶରେ ଡାକ୍ତରୀ ଶିକ୍ଷା ପାଇଁ ରାସ୍ତା ସୁଗମ କରୁଛି ଏଡୁନମ୍ଭୁବନେଶ୍ୱର: ଏଡୁନମ୍ ପକ୍ଷରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବ ପ୍ରସ୍ଥାନ ଉତ୍ସବ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଲମ୍ବୋଦର ରାଉତଙ୍କ ଅଧ୍ୟକ୍ଷତାର ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆୟୁଷ ହସ୍ପିଟାଲ ର ପ୍ରତିଷ୍ଠାତା ଓ ଖ୍ୟାତନାମା ସର୍ଜନ ପ୍ରଫେସର ଡ.ଅଶୋକ ଆଚାର୍ଯ୍ୟ, ଏଡୁନମ୍ ର ଉପ ସଭାପତି ପ୍ରକାଶ ଚନ୍ଦ୍ର ନାୟକ ଯୋଗଦାନ କରି ଅନୁଷ୍ଠାନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ସାଧୁବାଦ ଦେବା ସହ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିଥିଲେ ।

ଅନୁଷ୍ଠାନର ପରାମର୍ଶଦାତା ତଥା ପ୍ରତିଷ୍ଠାତା ନିର୍ଦ୍ଦେଶକ ଶ୍ରୀ ଲମ୍ବୋଦର ରାଉତଙ୍କ ଦ୍ୱାରା ୨୦୦୭ରେ ପ୍ରତିଷ୍ଠିତ ହୋଇଥିଲା । ଏହା ଏକ ପ୍ରାଥମିକ ଶିକ୍ଷା ପରାମର୍ଶଦାତା ସଂଗଠନ ଯାହାକି ଛାତ୍ରଛାତ୍ରୀମାନଙ୍କର ବଜେଟ୍ ଏବଂ ଆଶା ଅନୁଯାୟୀ ବିଦେଶରେ ଡ଼ାକ୍ତରୀ ଅଧ୍ୟୟନ ତଥା ବିଦେଶରେ ଅଧ୍ୟୟନ କରିବାକୁ ସାହାର୍ଯ୍ୟ ଏବଂ ମାର୍ଗଦର୍ଶନ ଯୋଗାଇଥାଏ । ନୂତନ ଭାବେ ଶିକ୍ଷା ଗ୍ରହଣ କରିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ବିଦାୟ ଶୀର୍ଷ ଦେଶ ତଥା ବିଦେଶରେ ଅଧ୍ୟୟନ ତଥା ଏମ୍.ବି.ବି.ଏସ୍ ଶିକ୍ଷା ବିଷୟରେ ସଠିକ୍ ସୂଚନା ପ୍ରଦାନ କରିବାକୁ ଏହା ଲକ୍ଷ୍ୟ ରଖିଛି । ଏଡ଼ୁନମ୍ ଛାତ୍ରମାନଙ୍କୁ ରୁସିଆ, ବାଂଲାଦେଶ, ନେପାଳ, ପୋଲାଣ୍ଡ, ଜର୍ଜିଆ, ଉଜବେକିସ୍ତାନ, କାଜାକିସ୍ତାନ, ମରିସସ୍ ଏବଂ ଜର୍ମାନୀ ପରି ବିଦେଶରେ ଏମ୍.ବି.ବି.ଏସ୍ ପାଇଁ ସେମାନଙ୍କର ସଠିକ୍ ବିଶ୍ୱବିଦ୍ୟାଳୟ ବାଛିବାରେ ସାହାଯ୍ୟ କରେ ଏବଂ ଅଷ୍ଟ୍ରେଲିଆ, ସିଙ୍ଗାପୁର, ଜର୍ମାନୀ, ଦୁବାଇ, ମାଲେସିଆ, ଫ୍ରାନ୍ସ, ଆମେରିକା, ୟୁକୋ, କାନାଡ଼ା ଇତ୍ୟାଦି ୨୫୦୦ରୁ ଅଧିକ ଛାତ୍ରଛାତ୍ରୀ ପୂର୍ବରୁ ଏଡ଼ୁନମ୍ ମାଧ୍ୟମରେ ଶୀର୍ଷ ମେଡ଼ିକାଲ ବିଶ୍ୱବିଦ୍ୟାଳୟରେ ଏମ୍,ବି.ବି.ଏସ୍ ପାଠ୍ୟକ୍ରମରେ ଆଡ଼ମିଶନ ହୋଇସାରିଛନ୍ତି । ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ଥିବାବେଳେ ଭୁବନେଶ୍ୱରରେ ଶାଖା କାର୍ଯ୍ୟାଳୟ ଅଛି । ଭବିଷ୍ୟତରେ ସଫଳ ଡ଼ାକ୍ତର ହେବା ପାଇଁ ନିଜ କ୍ୟାରିୟର ସ୍ଥିର କରିଥିବା ଓଡ଼ିଶା ଛାତ୍ରମାନଙ୍କ ପ୍ରତିଭାକୁ ଚିହ୍ନିବା ପାଇଁ ଏଡ଼ୁନମ୍ ବିଦେଶରେ ଡ଼ାକ୍ତରୀ ଶିକ୍ଷା ନିମନ୍ତେ ଯାଉଥିବା ଛାତ୍ରଛାତ୍ରୀମାନଙ୍କ – ପୂର୍ବ- ବିଦାୟ ସମାରୋହ ଆୟୋଜନ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଅଂଶଗ୍ରହଣ କରିଥିଲେ ।
