ଭୁବନେଶ୍ୱର,୨୬/୧୦/୨୦୨୫:
ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ତଥା ସାମ୍ବାଦିକମାନଙ୍କର ୨୦୨୫ ବର୍ଷ ନିମନ୍ତେ ଥିବା ଅଧିସ୍ୱୀକୃତି ପତ୍ର (Acceditation Card) ୨୦୨୫ ଡିସେମ୍ବର ୩୧ରେ ସମାପ୍ତ ହୋଇଯିବ । ଏହି ମର୍ମରେ ୨୦୨୬ ବର୍ଷ ନିମନ୍ତେ ପ୍ରମାଣନ ପତ୍ରକୁ ନବୀକରଣ କରିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସଂପୃକ୍ତ ସାମ୍ବାଦିକମାନଙ୍କଠାରୁ ଦରଖାସ୍ତା ଆହ୍ୱାନ କରାଯାଇଛି ।
ସାମ୍ବାଦିକମାନେ ସେମାନେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସଂସ୍ଥାର ସମ୍ପାଦକ କିମ୍ବା ମୁଖ୍ୟ ପରିଚାଳକଙ୍କଠାରୁ ସୁପାରିଶ ପତ୍ର, ପୂର୍ବରୁ ପାଇଥିବା ଅଧିସ୍ୱୀକୃତି ପତ୍ରର ନକଲ ସଂଲଗ୍ନ କରି ୨୦୨୫ ନଭେମ୍ବର ୭ ତାରିଖ ସୁଦ୍ଧା ସୂଚନା ଓ ଲୋକସମ୍ପର୍କ ବିଭାଗରେ ଦରଖାସ୍ତ ଦାଖଲ କରିବେ । ଯେଉଁମାନେ ସେମାନଙ୍କର ପୂର୍ବ ଅଧିସ୍ୱୀକୃତି ପତ୍ରରେ ଥିବା ଫଟୋ ବଦଳାଇବାକୁ ଚାହୁଁଛନ୍ତି ସେମାନେ ଦୁଇଟି ଷ୍ଟାମ୍ପ ସାଇଜ୍ ଫଟୋ ମଧ୍ୟ ସଂଲଗ୍ନ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଫ୍ରିଲାନ୍ସ ଜର୍ଣ୍ଣାଲିଷ୍ଟମାନେ ଦରଖାସ୍ତ ସହିତ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ସେମାନଙ୍କ ଲେଖାର ଅବିକଳ ନକଲ ଓ ସାମ୍ବାଦିକ କାର୍ଯ୍ୟକଳାପରୁ ହୋଇଥିବା ଆୟର ପ୍ରମାଣପତ୍ର ଦାଖଲ କରିବେ
