ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟରାନ ଅଭିନେତା ଦେବୀ ପ୍ରସାଦ ରଥ । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ମୃତ ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ରେ ଜନ୍ମିତ ଦେବୀ ରଥ ଆଜି ଭୋରୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଯାତ୍ରା ଜଗତର ବାପା ତଥା ଚରିତ୍ର ଅଭିନେତା ଭାବେ ସେ ବେଶ ପ୍ରଶଂସା ସାଉଁଟିଥିଲେ । ଜଣେ ଉଚ୍ଚକୋଟୀର କଳାକାର ଥିଲେ । ହିରୋଇନରୁ ହିରୋ, ଆଣ୍ଟି ହିରୋ ସବୁପ୍ରକାର ଚରିତ୍ରରେ କରିଛନ୍ତି ଅଭିନୟ ଦେବୀ ରଥ । ୫୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଆ ଯାତ୍ରା ଜଗତରେ ନିଖୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି । ଅନେକ ଅପେରା ପାର୍ଟିରେ କାମ କରିଛନ୍ତି । ତାଙ୍କ ବିୟୋଗରେ ଜଲିଉଡରେ ଶୋକର ଛାୟା ଖେଳିଯାଇଛି ।
