ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ରିମାଣ୍ଡରେ ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି । ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସଙ୍କୁ ୫ଦିନିଆ ରିମାଣ୍ଡରେ ଆଣି ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ଉଭୟଙ୍କୁ ପୃଥକ ପୃଥକ ଜେରା କରିବା ସହ ମୁହାମୁହିଁ ଜେରା କରୁଛି ଟିମ । କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତ ରାୟ ଓ ୪ ଜଣ ଡିଏସପି ଜେରା କରୁଛନ୍ତି ।
ସିଲିକନ ଟେକ୍ ସିଇଓ ସୁରେଶ ନାୟକଙ୍କୁ କିପରି ଜାଣିଲ? ସୁରେଶ ନାୟକଙ୍କ ସହ କେତେ ଡିଲ ହୋଇଛି? ଦୀଘା ମୋଡୁଲ ରେ କେତେ ଆଶାୟୀ ଙ୍କୁ ପ୍ରସ୍ତୁତ କରିଥିଲେ? କେତେ ଟଙ୍କା ଆଶାୟୀଙ୍କ ଠାରୁ ନେଉଥିଲେ? ବ୍ଲଙ୍କ ଚେକ୍ ଓ ସାର୍ଟିଫିକେଟ କିଏ ନେଉଥିଲେ? କୁହାଯାଉଛି ଅରବିନ୍ଦ ଦାସ ଦୀଘା ମୋଡୁଲ ର ଦାୟିତ୍ୱ ରେ ଥିଲେ । ଏଣୁ କ୍ରାଇମ ସିଣ୍ଡିକେଟର ପର୍ଦ୍ଦାଫାସ କରିବାକୁ ଦୁହିଁକୁ ଝାଳବୁହା ଜେରା କରୁଛି କ୍ରାଇମବ୍ରାଞ୍ଚ ।
