ଆମ ରାଜ୍ୟର ଶିଳ୍ପୀ ଓ ବୁଣାକାର ଆମ ଓଡିଶା ଅସ୍ମିତାର ପରିଚୟ । କିନ୍ତୁ ସେମାନେ ଅସଂଗଠିତ ହୋଇଥିବା କାରଣରୁ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ର ରାଜ୍ୟ ବା କେନ୍ଦ୍ର ସରକାରଙ୍କ ସେତେଟା ଦୃଷ୍ଟି ଆକର୍ଷଣ କରି ପାରୁନାହିଁ । କାରିଗର ଓ ବୁଣାକାରଙ୍କ ଏକତା ସମୟର ଆବଶ୍ୟକତା ଅଟେ । ସେମାନ ସଂଘବଦ୍ଧ ହୋଇ ପରସ୍ପରକୁ ସହଯୋଗ କରିବା ସହ ନିଜର ଦାବୀ ଉତଥାପନ କରିପାରିଲେ ଏକ୍ଷେତ୍ରର ଅନେକ ମୈାଳିକ ସମସ୍ୟାର ସମାଧାନ ହୋଇପାରିବ । କଂଚାମାଲ ସମସ୍ୟା ଠାରୁ ଆରମ୍ଭ କରି ଉତ୍ପାଦନ ଏବଂ ବିକ୍ରୟ ସମସ୍ୟା ଆଦି ରେ ଛଟପଟ ହେଉଥିବା ଏହି ଶିଳ୍ପୀ ଜାତି ବିକାଶର ଧାରାରେ ସାମିଲ ହେଇ ପାରିବ ବୋଲି ଓଡିଶା ଶିଳ୍ପୀ ମହାସଂଘର ରାଜ୍ୟ ସଂପାଦକ ପ୍ରିୟରଂଜନ କର କହିଛନ୍ତି । ଅନୁଗୋଳର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପରିସରରେ ଆୟୋଜିତ ହସ୍ତତନ୍ତ ଓ ହସ୍ତଶିଳ୍ପ ସଚେତନତା ଶିବିରର ବକ୍ତା ଭାବେ ଯୋଗ ଦେଇ ଶ୍ରୀ କର ନିଜ ସମସ୍ତ ବକ୍ତବ୍ୟରେ କାରିଗର ଓ ବୁଣାକାର ଏକତା ଉପରେ ଜୋର ଦେଇଥିଲେ ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥୀ ଭାବେ ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ନିଜ ବକ୍ତବ୍ୟରେ କାରିଗରମାନେ ତିଆରି କରୁଥିବା ଉତ୍ପାଦ ସବୁ ନିଜ ଘରମାନଙ୍କରେ ବ୍ୟବହାର କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଯାହାଫଳରେ ସେମାନଙ୍କ ଉତ୍ପାଦ ସବୁକୁ ଅନ୍ୟମାନେ କିଣିବା ପାଇଁ ଆଗ୍ରହ ହେବେ ଓ କାରିଗରଙ୍କ ଆର୍ଥିକ ବିକାଶ ହୋଇ ପାରିବ । ଏହି ସଚେତନତା ଶିବିରରେ ସମ୍ମାନିତ ଅତିଥୀ ଭାବେ ବୟନିକାର ରାଜ୍ୟ ସଭାପତି ପ୍ରକାଶ ଚନ୍ଦ୍ର ମେହେର ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଣାକାରଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ସଂପର୍କରେ ସୁଚନା ପ୍ରଦାନ କରିଥିଲେ । ମଂଚ ଉପରେ ଅନ୍ୟତମ ଅତିଥୀ ଭାବେ ଏକତା ପରିଷଦ ଟ୍ରଷ୍ଟର ମୁଖ୍ୟ ସଂଧ୍ୟା ଦେବୀ, ନୂଆଦିଲ୍ଲୀର ସ୍ୱେଚ୍ଛାସେବୀ ସଂଗଠନ ଡିପିଏଫର କାର୍ଯ୍ୟକାରୀ ନିର୍ଦ୍ଦେଶକ ସନ୍ତୋଷ ସାମଲ, ଅମୀର ଖାନ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ୧୩ ବର୍ଷ ଧରି ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରି ଆସୁଥିବା ଓଡିଶା ଶିଳ୍ପୀ ମହାସଂଘ ଓ ନୂଆଦିଲ୍ଲୀର ସ୍ୱେଚ୍ଛାସେବୀ ସଂଗଠନ ଡିପିଏଫର ମିଳିତ ଆନୁକୂଲ୍ୟରେ ଏହି ହସ୍ତତନ୍ତ ଓ ହସ୍ତଶିଳ୍ପ ସଚେତନତା ଶିବିରର ଆୟୋଜନ କରାଯାଇଥିଲା । ଏହି ଅବସରରେ ଶିଳ୍ପୀ ମହାସଂଘର ଅନୁଗୋଳ ଜିଲ୍ଲା ଶାଖାର ମଧ୍ୟ ଶୁଭ ଉଦଘାଟନ କରା ଯାଇଥିଲା । ସେହିଭଳି ଭୂମିହୀନ କାରିଗରଙ୍କୁ ଘରଢିହ, ପିଲାଙ୍କୁ ଛାତ୍ରବୃତି ଓ ବିନା ସୁଧରେ ଋଣ , ଜୀବନ ବୀମା, ଭୁବନେଶ୍ୱରରେ ସାମୟିକ ରହଣୀ ପାଇଁ କାରିଗର ହଷ୍ଟେଲ ,କାରିଗର କଲ୍ୟାଣ ପାଣ୍ଠି, ଜାତୀୟ ରାଜପଥ କଡରେ କାରିଗର ହାଟ ଓ ନୂତନ ଶିଳ୍ପୀ ଗ୍ରାମ ଘୋଷଣା ଆଦି ପାଇଁ ଆଜିର ସମାବେଶରେ ଦାବୀ ଉତଥାପନ କରାଯାଇଥିଲା । ବୁଣାକାରଙ୍କୁ ରିହାତି ଦରରେ ଟସର , ସୂତା ଓ ରଂଗ ଏବଂ ରାଜ୍ୟର କାରିଗରଙ୍କୁ ସ୍ୱଳ୍ପ ମୂଲ୍ୟରେ କଂଚାମାଲ ଯୋଗାଇଦେବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଥିଲା ।
ଅନୁଗୋଳ ଜିଲ୍ଲାର ପIଲଲହଡା, ଅଠମଲ୍ଲିକ, ଛେଣ୍ଡିପଦା, ତାଳଚେର , ଅନୁଗୁଳ ପୌର ପରିଷଦ ସହ ବଇଣ୍ଡା, ଯରଡା, ଜରପଡା, ବଙ୍କାପଳସା,ବେଲାଦୁଲା,ଝାମ୍ଫୁଲି ଆଦି ଗ୍ରାମରୁ କାରିଗର ଓ ବୁଣାକାର ଏହି କର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମ୍ମିଳନୀ କକ୍ଷ ପରିସରରେ ଟେରାକୋଟା ସାମଗ୍ରୀ ଓ ହସ୍ତତନ୍ତ ଶାଢୀର ଏକ ଛୋଟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଶେଷରେ ଅନୁଗୋଳ ଜିଲ୍ଲା ଶାଖାର ଉପଦେଷ୍ଟା ସୁକାନ୍ତ କୁମାର ରଣା ଏହି କାର୍ଯକ୍ରମ ର ସଞ୍ଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ପରିଶେଷରେ ଓଡ଼ିଶା ଶିଳ୍ପୀ ମହାସଂଘର ସମ୍ପାଦକ ପ୍ରିୟରଞ୍ଜନ କର, ଦିଲ୍ଲରୁ ଆସିଥିବା ଡି. ପି. ଏଫ୍. ର ମୂଖ୍ୟ ନିର୍ଦ୍ଦେଶକ ସନ୍ତୋଷ କୁମାର ସାମଲ, ସୋସିଆଲ ଆକ୍ତିଭିଷ୍ଟ ଅମିର ଖାନ ଏବଂ ଉପଦେଷ୍ଟା ସୁକାନ୍ତ କୁମାର ରଣା ଙ୍କ ସହିତ ଜରପଡା ଗ୍ରାମର ହସ୍ତଶିଳ୍ପୀ କାରିଗରଙ୍କ କର୍ମଶାଳା ପରିଭ୍ରମଣରେ ଯାଇଥିଲେ ।
