ଭୁବନେଶ୍ୱର,ତା.୦୫/୧୧: ପବିତ୍ର କାର୍ତିକ ପୂର୍ଣ୍ଣିମା ପାଇଁ ଆଜି ଗାଁରୁ ସହର ସବୁ ଚଳଚଂଚଳ ହୋଇଉଠିଛି । ଏହି କାର୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ବୋଇତ ବନ୍ଦାଣ ଉତ୍ସବ ପ୍ରାଚୀନ ଉତ୍କଳ ତଥା କଳିଙ୍ଗର ସାଧବ ପୁଅମାନଙ୍କର ବାଣିଜ୍ୟ ସଫଳତାକୁ ମନେ ପକାଏ । ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧଉଳୀ ଦୟାନଦୀ କଳିଙ୍ଗ ଘାଟ ରେ ଆୟୋଜିତ ସାର୍ବଜନୀନ ବୋଇତ ବନ୍ଦାଣ ଉତ୍ସବ କୁ ଉଦ୍ଘାଟନ କରିଲେ ଏକାମ୍ର ଭୁବନେଶ୍ୱର ବିଧାୟକ ତଥା ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ (ଏକତ୍ର) ର ସଭାପତି ବାବୁ ସିଂ।ଯୋଗଦେଇ ବିଧାୟକ ଶ୍ରୀ ସିଂ କହିଛନ୍ତି ଯେ, ପ୍ରାଚୀନ ଉତ୍କଳର ଓଡିଆ ସାଧବ ପୁଅମାନେ ଏହି ସମୟରେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ ଆଦି ଦ୍ୱୀପପୁଞ୍ଜକୁ ଯାଇ ବଣିଜ ବେପାର କରୁଥିଲେ । ସେମାନେ ଶିକ୍ଷା, ଦୀକ୍ଷା, ସଂସ୍କୃତି, ପରମ୍ପରା, କାରିଗରୀ, ବୈଜ୍ଞାନିକ ବ୍ୟବସ୍ଥାକୁ ସବୁ ଜାଗାରେ ପଂହଚାଉଥିଲେ । ଫଳରେ ସାରା ବିଶ୍ୱ ଆମ ଦ୍ୱାରା ଆଲୋକିତ ହେଉଥିଲା।ସେ ସମୟରେ ଉତ୍କଳରେ ଶିକ୍ଷାର ମାନ ଯଥେଷ୍ଟ ଉଚ୍ଚକୋଟିର ଥିଲା । ଓଡ଼ିଶାର ସାଧବ ପୁଅଙ୍କ ଗାଥା ଆଜିର ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ପାଲଟିିଛି । ଏହି ସଂସ୍କୃତି ସ୍ୱରୂପ ଲୋକେ କଦଳୀ ପଟୁଆ ତିଆରି ଡଙ୍ଗାରେ ଦୀପ ଜାଳି, ପାନଗୁଆ ଥୋଇ ନଦୀ ବା ପୁଷ୍କରିଣୀରେ ଭସାଇ ଥାଆନ୍ତି ।ଓଡ଼ିଶାର ପୁରାତନ ଅର୍ଥନୈତିକ ତଥା ବାଣିଜ୍ୟକ ବ୍ୟବସ୍ଥାର ଓ ଗରିମାମୟ ଇତିହାସର ମୁକସାକ୍ଷୀ ହେଉଛି ବୋଇତ ବନ୍ଦାଣ ଉତ୍ସବ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ (ଏକତ୍ର) ଦୟାନଦୀ କଳିଙ୍ଗ ଘାଟ ବୋଇତ ବନ୍ଦାଣ ଉତ୍ସବ ର ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ବ୍ଲକ୍ ଅଧକ୍ଷ ନିରୁପମା ସାହୁ,ସରପଞ୍ଚ ଚନ୍ଦନ ମଲ୍ଲିକ , କ୍ଷୀରୋଦ ପ୍ରଧାନ, ବିଜେପି ନେତା ଅରୁଣ ପୁରୋହିତ, ସୁରେନ୍ଦ୍ର ପ୍ରଧାନ, ଆଲୋକ ସାହୁ, ବିଭୂତି ଭୂଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
