ବ୍ରହ୍ମପୁର : ପୀତବାସଙ୍କ ପରିବାରକୁ ମିଳିଲା ପୋଲିସ ସୁରକ୍ଷା । ପରିବାରକୁ ଧମକପୂର୍ଣ୍ଣ ଫୋନ କଲ ପରେ ସିକ୍ୟୁରିଟି ପ୍ରଦାନ । ଗୁଳି ମାଡ଼ରେ ମୃତ୍ୟୁ ଘଟିଥିବା ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ମିଳିଲା ପୋଲିସ ସୁରକ୍ଷା । ବ୍ରହ୍ମପୁର ପୋଲିସ ପକ୍ଷରୁ ଜଣେ PSO ଦିଆଯିବା ସହ ଘର ଆଗରେ ୪ ଜଣ ପୋଲିସ ଜଗିବାର ବ୍ୟବସ୍ଥା କରାଯାଇଛି । ମୃତ ପୀତବାସଙ୍କ ପୁଅ ସୌରଭଙ୍କୁ ଦୁଇଦିନ ଅଲଗା ଅଲଗା ଫୋନ୍ ନମ୍ବରରୁ ହତ୍ୟା ଧମକ ମିଳିଥିବା ପୀତବାସଙ୍କ ଭାଇ ପୂର୍ଣ୍ଣ ପଣ୍ଡା ବୈଦନାଥପୁର ଥାନାରେ ଏତଲା ଦେଇଥିଲେ । ଆଜି ଗଣମାଧ୍ୟମ ଆଗରେ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ନ୍ୟାୟ ମାଗିବା ସହ ସୁରକ୍ଷା ମାଗିଥିଲେ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା । ମାମଲା ପ୍ରତ୍ୟାହାର ନେଇ ଥ୍ରେଟ କଲ ଆସିଥିବା କହିଲେ ପୀତବାସଙ୍କ ପତ୍ନୀ । ଫଳରେ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି । ସେପଟେ ଦୁଇ ଫାଳ ହୋଇଛି ଗଞ୍ଜାମ ଓକିଲ ସଂଘ । ହତ୍ୟା ମାମଲାରେ ବିକ୍ରମଙ୍କ ସଂପର୍କ ନଥିବା କହିଲେ ଓକିଲ ।
