କଟକ : କଟକ ଐତିହାସିକ ବାଲିଯାତ୍ରା ଶେଷ ହୋଇଛି । ହେଲେ ପଡ଼ିଆରେ ଯୁଆଡେ ଦେଖିବ ପଡିରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ଏବେ ବି କିଛି ବ୍ୟବସାୟୀ ବ୍ୟବସାୟ କରୁଛନ୍ତି । କିନ୍ତୁ ସ୍ୱଚ୍ଛତା ପ୍ରତି କାହାର ନିଘା ନଥିବା ଅଭିଯୋଗ ହୋଇଛି । ଅସନ୍ତୋଷ ଜାହିର କରିଛନ୍ତି କଟକ ବାସିନ୍ଦା । ପଲିଥିନଠାରୁ ଆରମ୍ଭ କରି ବାସୀ ଖାଦ୍ୟ ସବୁ ବାଲିଯାତ୍ରା ପଡ଼ିଆରେ ଗଦା ହୋଇଛି ।
ଯେଉଁମାନେ ସଫେଇ ଦାୟିତ୍ବ ନେଇଛନ୍ତି ସେମାନେ ନିଜ ଦାୟିତ୍ବରେ ହେଳା କରୁଥିବା ଅଭିଯୋଗ ହୋଇଛି । ଯଥାଶୀଘ୍ର ସଫେଇ କାର୍ଯ୍ୟ କରାଯିବା ଆବଶ୍ୟକତା ରହିଛି ବୋଲି କଟକ ବାସିନ୍ଦା କହିଛନ୍ତି । ଅନ୍ୟପଟେ ବାଲିଯାତ୍ରାରେ ହୋଇଥିବା ଟେଣ୍ଟ କଢ଼ା ଯିବା ପରେ ଦିନେ ଦୁଇ ଭିତରେ ବାଲିଯାତ୍ରା ପଡ଼ିଆକୁ ସଫା କରାଯାଇ ପୂର୍ବ ଅବସ୍ଥାକୁ ଫେରାଇ ଅଣାଯିବ ବୋଲି କହିଛନ୍ତି କଟକ ମେୟର
