ଭୂବନେଶ୍ବର -ତା ୧୮.୧୧.୨୫
ଆଜି ମମତା ଚାରି ଟେବୁଲ୍ ଟ୍ରଷ୍ଟର ୨୫ତମ ବାର୍ଷିକୋତ୍ସବ ଚନ୍ଦ୍ରଶେଖରପୁର ୨୭୯ ଡିସିସି ମମତା ହସ୍ପିଟାଲ୍ ପରିସରରେ ପାଳିତ ହୋଇ ଯାଇଛି। ପ୍ରସିଦ୍ଧ ସ୍ବାଧୀନତା ସଂଗ୍ରାମୀ ଉତ୍କଳ ଜ୍ୟୋତି ରବିନାରାୟଣ ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଟ୍ରଷ୍ଟ ଦ୍ବାରା ମମତା ହସ୍ପିଟାଲରେ ଖୁବ୍ ଅଳ୍ପ ମୂଲ୍ୟରେ ସମସ୍ତ ଚିକିତ୍ସା ସେବା ଓ ଅପରେସନ ଦୀର୍ଘ ୨୫ ଧରି ଯୋଗାଇ ଦିଆଯାଉଛି।

ତାହା ସହିତ ଏକ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ୟୁନିଟ୍ ଦ୍ବାରା ଓଡ଼ିଶାର ଵହୁ ଅପହଞ୍ଚ ଅଞ୍ଚଳରେ ବିନା ମୁଲ୍ୟରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ତାହା ବ୍ୟତୀତ ବିଭିନ୍ନ ଶାରିରୀକ, ମାନସିକ, ସାମାଜିକ ରୋଗର ସଚେତନତା ନାରୀ ସଶକ୍ତିକରଣ, ସାମାଜିକ ନ୍ୟାୟ ସଚେତନତା, ବୃକ୍ଷ ରୋପଣ କରାଯାଉଛି ବୋଲି ଟ୍ରଷ୍ଟର ସଭାପତି ଡ଼ା ମମତା ମହନ୍ତି ବକ୍ତବ୍ୟ ରଖିଥିଲେ। ଏହି ସଭାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଏବଂ ବରିଷ୍ଠ ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର , ମୁଖ୍ୟବକ୍ତା ସର୍ବ ଭାରତୀୟ Small, Medium Newspapers federation, New delhi ର ସଭାପତି ବର୍ଷିୟାନ ସାମ୍ବାଦିକ ପର୍ଯ୍ୟବେକ୍ଷକ ଏବଂ ଦି କଳିଙ୍ଗ କ୍ରୋନିକଲ ର ମୁଖ୍ୟ ସମ୍ପାଦକ Dr ପବିତ୍ର ମୋହନ ସାମନ୍ତରାୟ, ବରଣ୍ୟ ଅତିଥି Centurian University ର ନିର୍ଦେଶକ ଡ଼ା ସୁନିଲ କୁମାର ଝା ଏବଂ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ଅତିଥିମାନେ ମମତା ଚାରି ଟେବୁଲ୍ ଟ୍ରଷ୍ଟର କାର୍ଯ୍ୟାବଳୀକୁ ଭୂୟସୀ ପ୍ରଶଂସା କରିବା ସହିତ ଏଭଳି ସଂସ୍ଥାର ମାନବିକତାର ଶ୍ରେଷ୍ଠ ନିଦର୍ଶନ ଏବଂ ଏହାକୁ ସର୍ବୋତଭାବେ ସାହାର୍ଯ୍ୟ ସହଯୋଗ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ସରସ୍ବତୀ ଶିଶୁ ମନ୍ଦିର, ସ୍ବାମୀ ବିବେକାନନ୍ଦ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ବିଭାଗର ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ” ଅନନ୍ୟ ” ସମ୍ମାନରେ ଟ୍ରଷ୍ଟ ତରଫରୁ ସମ୍ମାନିତ କରାଯାଇଥିଲା। ଅଞ୍ଚଳର ବରିଷ୍ଠ ନାଗରିକ ବିପିନ ବିହାରୀ ମହାନ୍ତି ଓ ପ୍ରଣବ କିଶୋର ଛୋଟରାୟଙ୍କୁ ” ପୂଜ୍ୟପୂଜା ” ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ବି.କେ ଅଲେଖଭାଇ ବିଶ୍ଵଶାନ୍ତି ଉପରେ ଆଲୋଚନା କରିଥିଲେ। ମଞ୍ଚ ପରିଚାଳନା ବରିଷ୍ଠ ସମାଜସେବୀ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ କରିଥିଲେ। ” ଅନନ୍ୟ” ଓ ପୂଜ୍ୟପୂଜା କାର୍ଯ୍ୟକ୍ରମ ଉଦୟମାନ ସମାଜସେବୀ ଡ଼ା ଦେବାଶିଷ ପଟ୍ଟନାୟକ କରିଥିଲେ। ସର୍ବଶେଷରେ ଅଞ୍ଚଳର ବରିଷ୍ଠ ସମାଜସେବୀ ମୁକ୍ତେଶ୍ଵର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।
