ଭୁବନେଶ୍ୱର : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗନଗର, ଭୁବନେଶ୍ୱରର ଏକାଦଶ ଶ୍ରେଣୀର ଛାତ୍ରୀ ପ୍ରୀତି ଝଙ୍କାର । ସେ ମହାରାଷ୍ଟ୍ରର ପୁଣେସ୍ଥିତ ରାହତାନୀର ଏସ୍ଏନ୍ବିପି ଇଣ୍ଟରନ୍ୟାସନାଲ୍ ସ୍କୁଲଠାରେ ୨୬ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ସିବିଏସ୍ଇ ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିୟନସିପ୍–୨୦୨୬ରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗନଗର ପକ୍ଷରୁ ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ପ୍ରତିନିଧିତ୍ୱ କରି ପ୍ରୀତି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ବ୍ୟକ୍ତିଗତ ଅଲ୍-ଆରାଉଣ୍ଡ ବର୍ଗ ଏବଂ ବାଲାନ୍ସିଂ ବିମ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଏହି ଗୌରବ ଅର୍ଜନ କରିଛନ୍ତି ।
ତାଙ୍କର ଏହି ସଫଳତା ତାଙ୍କ ନିଷ୍ଠା, ଅଧ୍ୟବସାୟ, ଶୃଙ୍ଖଳା ଏବଂ କ୍ରୀଡ଼ା ପ୍ରତି ସମର୍ପଣର ପ୍ରତିଫଳନ। ପ୍ରୀତିଙ୍କ ଏହି ସଫଳତା ତାଙ୍କ ବିଦ୍ୟାଳୟ, ପରିବାର ତଥା ସମଗ୍ର ଓଡ଼ିଶା ପାଇଁ ଗୌରବ ଓ ଆନନ୍ଦର ବିଷୟ। ତାଙ୍କର ଏହି ଉପଲବ୍ଧି ରାଜ୍ୟର ଅନ୍ୟ ଯୁବ ଜିମ୍ନାଷ୍ଟମାନଙ୍କୁ ପ୍ରେରଣା ଯୋଗାଇବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ଓ ପ୍ରୋତ୍ସାହନର ଗୁରୁତ୍ୱକୁ ପ୍ରତିପାଦିତ କରୁଛି।
