ବାରିପଦା: ମୟୂରଭଂଜ ଜିଲ୍ଲା ଉଦଳା-ବାରିପଦା ରାସ୍ତାରେ ସନ୍ଧ୍ୟା ଅପରାହ୍ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୟୂରଭଂଜ ଜିଲ୍ଲା ସାରସକଣା ବିଧାୟକଙ୍କ ଗାଡ଼ି ଧକ୍କାରେ ଏକ ଦଂପତି ଗୁରୁତର ହୋଇଥିବା କୁହାଯାଉଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର ଜଣେ ପୁରୁଷଙ୍କ ସହିତ ମହିଳା କୌଣସି କାମରେ ଯାଉଥିଲେ। ଏମାନେ ସମ୍ଭବତଃ ଦଂପତି ହୋଇଥାଇ ପାରନ୍ତି। ତେବେ ସେମାନଙ୍କର ଯିବା ସମୟରେ ଟିଗିରିଆ ଛକ ନିକଟରେ ବିଧାୟକଙ୍କର ଗାଡ଼ି ନିୟନ୍ତ୍ରଣ ହରାଇ ଦୁଇ ଜଣଙ୍କୁ ଧକ୍କା ଦେଇଥିଲା।ଗାଡ଼ି ଧକ୍କାରେ ଦୁଇ ଜଣ ତଳେ ପଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
