ଡାବୁଗାଁ: ଡାବୁଗାଁ ଥାନା ଅନ୍ତର୍ଗତ ଶୁଣ୍ଡିି ଗୁଡା ଗ୍ରାମରେ ଜଣେ ଚାଷୀଙ୍କ ଗୋଟିଏ ଏକର ଧାନ ଗଦା ସମ୍ପୂର୍ଣ ଜଳି ଯାଇଛି। ଅଗ୍ନିଶମ କର୍ମଚାରୀ ନିଆଁକୁ ଲିଭାଇବାକୁ ଯାଇଥିଲେ ସୁଦ୍ଧା ଚାଷୀର ୮୦ ଭାଗ ଧାନ ନିଆଁରେ ପୋଡି ଯାଇଥିବା ଜଣା ପଡ଼ିଛି । କ୍ଷତିଗ୍ରସ୍ତ ଚାଷୀ ଶୁଣ୍ଡିିଗୁଡା ଗ୍ରାମର ହରେକୃଷ୍ଣ ବିଶୋଇ ବୋଲି ଜଣା ପଡ଼ିଛି।
ଅଧିକ ପଢନ୍ତୁ- Naveen Targets Government: ରାଜ୍ୟର ମା’ମାନେ ସବୁଠୁ ଅସୁରକ୍ଷିତ ହୋଇପଡ଼ିଛନ୍ତି: ନବୀନ
ସୂଚନା ଅନୁଯାଇ ଶୁଣ୍ଡିିଗୁଡା ଗ୍ରାମର ହରେକୃଷ୍ଣ ବିଶୋଇ ଗ୍ରାମ ନିକଟ ଅଙ୍ଗିନଦୀ ପାର୍ଶ୍ବରେ ଧାନ ଚାଷ କରି ଅମଳ ପରେ ତାକୁ ଜମିରେ ଭିନ୍ନ ଭିନ୍ନ ସ୍ଥାନରେ ଧାନ ଗଦା କରି ରଖିଥିଲେ। ତେବେ ଗୋଟିଏ ଏକର ଧାନ ଚାଷର ଧାନ ଗଦାରେ ଆଜି ଦିନ ପ୍ରାୟ ୧୨ଟା ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଖୋଲା ଜମିରେ ଧାନ ଗଦା ଥିବାରୁ ଦେଖୁ ଦେଖୁ ନିଆଁ ପ୍ରବଳ ବେଗରେ ଲାଗି ଯାଇଥିଲା। ଚାଷୀ ଧାନ ଗଦା ନିଆଁ ଲିଭାଇବା ପାଇଁ କୌଣସି ଉପାୟ ନ ପାଇବାରୁ ଡାବୁଗାଁ ଅଗ୍ନିଶମ ବିଭାଗକୁ ଫୋନ ମାଧ୍ୟମରେ ଜଣାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଧାନ ଗଦା ନିକଟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଚାଷୀର ୮୦ ଭାଗ ଧାନ ପୋଡି ଯାଇଥିଲା।
