ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି,୫ମନ୍ତ୍ରୀ ଓ ୧୩ ବିଧାୟକ । ନବରଙ୍ଗପୁର, ୧।୧୨ ଭୁବନେଶ୍ୱର ମହାଗର ୟୁୂନିଟ-୮ ସ୍ଥିତ ୪-ଆର୭ ସରକାରୀ ଗୃହ (କ୍ୱାର୍ଟାର୍ସ)ରେ ରବିବାର ଦିନ ନବରଙ୍ଗପୁର ନବ ନିର୍ବାଚିତ ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ଗୃହ ପ୍ରବେଶ ଓ ଉଦ୍ଘାଟନ ଅନୁଷ୍ଠିତ ହୋଇଛି । ପୂର୍ବାହ୍ନରେ ପୂଜା ମନ୍ତ୍ରୋଚ୍ଚାରଣ, ଶାସ୍ତ୍ରୀୟ ବାଦ୍ୟ, ଦୀପାଳି ଆଲୋକରେ ଶୋଭାମୟ ପରିବେଶ ଏବଂ ଶତାଧିକ ଲୋକ ର ଉପସ୍ଥିତି ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସରସ, ଗ୍ରହଣୀୟ ଓ ଗୌରବମୟ ଭାବେ ସମାପନ ହେଲା ।
ଏହି ଉପଲକ୍ଷେ ଓଡ଼ିଶାର ପ୍ରାୟ ସମ୍ପୂର୍ଣ୍ଣ ଶୀର୍ଷ ନେତୃତ୍ୱ ଏକ ସ୍ଥାନରେ ଏକତ୍ରିତ ହେବା ନବରଙ୍ଗପୁର ଜନସାଧାରଣଙ୍କ ପାଇଁ ଗର୍ବର ବିଷୟ ହୋଇରହିଲା।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତି ସମସ୍ତଙ୍କୁ ଅପୂର୍ବ ଉତ୍ସାହରେ ପରିଣତ କରିଥିଲା।
ଓଡ଼ିଶାର କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଏକ ବିଶେଷ ପ୍ରତିନିଧିମଣ୍ଡଳ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇଥିଲେ ।ଶ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ,ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା, ଅନୁସୂଚୀତ ଜାତି ଓ ଜନଜାତି,ପଛୁଆବର୍ଗ ଓ ସଂଖ୍ୟାଲଘୁ ଏବଂ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ,
ଡ଼ଃ. ମୁକେଶ ମହାଳିଙ୍ଗ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ,ଶ୍ରୀ ରବିନାରାୟଣ ନାୟକ ପାଞ୍ଚାୟତୀ ରାଜ ବିଭାଗ ମନ୍ତ୍ରୀ,ଶ୍ରୀ ଗୋକୁଳାନନ୍ଦ ମାଲ୍ଲିକ – ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀଙ୍କର ସମେତ ଶ୍ରୀ ମନମୋହନ ସାମଲ – ରାଜ୍ୟ ସଭାପତି, ବିଜେପି, ଶ୍ରୀ ମ।ନସ ମହାନ୍ତି – ରାଜ୍ୟ ସଂଗଠନ ସଚିବ,ବିଜେପି,ଶ୍ରୀ ଜଗଦୀଶ ଖଡ଼ଙ୍ଗା – ସହ କ୍ଷେତ୍ର ପ୍ରଚାରକ ଆରଏସଏସ, ସୁଦିପ୍ତ ରାୟ – ରାଜ୍ୟ ମୁଖ୍ୟ ପ୍ରବକ୍ତା,ବିଜେପି,ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ – ରାଜ୍ୟ ସାଧାରଣ ସମ୍ପାଦକ, ବିଜେପି,ଶ୍ରୀ ରମେଶ ସାହୁ – ରାଜ୍ୟ ଉପାଧ୍ୟକ୍ଷ, ବିଜେପି ପୂର୍ଣ୍ଣିମା ନାୟକ – ସାଧାରଣ ସମ୍ପାଦକ, ବିଜେପିଶ୍ରୀ ପ୍ରସନ୍ନ ମିଶ୍ର – କ୍ଷେତ୍ର ପ୍ରଚାରକ ପ୍ରମୁଖ, ଆରଏସଏସ,
ଶ୍ରୀ ରଞ୍ଜନ ପଟେଲ – ପୂର୍ବତନ ସଂଗଠନ ସମ୍ପାଦକ, ବିଜେପି
ଶ୍ରୀ ସୁରତ ବିଶ୍ୱାଳ, ରାଜ୍ୟ ଓ ବିସି ମୋର୍ଚ୍ଚା ସଭାପତି, ବିଜେପି ପ୍ରମୂଖ ଯୋଗଦାନ କରିଥିଲେ ।ସେହିପରି
୧୩ଟି ନିର୍ବାଚନ ମଣ୍ଡଳିର ବିଧାୟକମାନେ ଯୋଗଦେଇଥିଲେ । ସେହିପରି ପ୍ରଶାସନିକ ଅଧିକାରୀ ଡ଼ଃ.କମଳ ଲୋଚନ ମିଶ୍ର – କାର୍ଯ୍ୟକାରୀ ନିର୍ଦ୍ଦେଶକ, ଓ ସଡମା,ଡ଼ଃ.ଶୁଭଙ୍କର ମହାପାତ୍ର – ଜିଲାପାଳ, ସୁନ୍ଦରଗଡ଼
ଭାସ୍କର ରୋହିତ – ଅତିରିକ୍ତ ସଚିବ ଯୋଗ ଦେଇଥିଲେ ।
ଏହି ଗୃହ ପ୍ରବେଶ କାର୍ଯ୍ୟକ୍ରମ କେବଳ ଗୋଟିଏ ବ୍ୟକ୍ତିଗତ ଆନନ୍ଦ ନୁହେଁ;ଏହା ନବରଙ୍ଗପୁରର ସେବା, ସମର୍ପଣ ଓ ସରଳତାର ପ୍ରତିଫଳ, ଯାହା ଆଜି ରାଜ୍ୟସ୍ତରରେ ପ୍ରଶଂସା ରୂପେ ପ୍ରକାଶ ପାଇଲା।
ସମ୍ମାନ, ସରସତା, ମଙ୍ଗଳମୟତା ଏବଂ ଆଶୀର୍ବାଦର ସ୍ୱରରେ କାର୍ଯ୍ୟକ୍ରମର ଶୁଭ ଶେଷ ହୋଇଥିଲା ।
