ଭୁବନେଶ୍ୱର:
ପର୍ଯ୍ୟବେକ୍ଷକ ଓ ଦି କଳିଙ୍ଗ କ୍ରୋନିକଲ୍ ର ମୁଖ୍ୟ ସମ୍ପାଦକ-ଡ଼ଃ ପବିତ୍ର ମୋହନ ସମନ୍ତରାୟ ଆଜି ବିଚିତ୍ରାନନ୍ଦ ମହାନ୍ତିଙ୍କ ଏକାଦଶାହ ଅବସରରେ ସ୍ୱ. ମହାନ୍ତିଙ୍କ ପ୍ରତି ପୁଷ୍ପାଞ୍ଜଳି ଅର୍ପଣ କରିଲେ। ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ଡିଏଲ୍ କଲୋନୀ, ଭି ଏସ୍ଏସ୍ ନଗର ସ୍ଥିତ ଭୁବନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା।

ଶ୍ରୀ ସୁବ୍ରତ କୁମାର ମହାନ୍ତି, ଡିଏମ୍, ଏଲଆଇସି ଭୁବନେଶ୍ୱରଙ୍କ ପିତା ସ୍ୱ. ବିଚିତ୍ରାନନ୍ଦ ମହାନ୍ତିଙ୍କ ଦେହାନ୍ତରେ ଡ଼ଃ ସମନ୍ତରାୟ ଶୋକସନ୍ତପ୍ତ ପରିବାରଙ୍କ ସହ ଦୁଃଖ ବାଣ୍ଟି ନିଜ ଗଭୀର ସମବେଦନା ପ୍ରକଟ କରିଥିଲେ।
ସୁବ୍ରତ ମହାନ୍ତି ଡ଼କ୍ଟର ସାମନ୍ତରାୟ ଙ୍କୁ ଏକ ଭାଗବତ ଗୀତା ପୁସ୍ତକ ପ୍ରଦାନ କରିଥିଲେ
ଡ଼ଃ ସମନ୍ତରାୟ ସ୍ୱ. ମହାନ୍ତିଙ୍କ ଶାନ୍ତିପୂର୍ଣ୍ଣ ଶ୍ୱର୍ଗଲୋକଗମନ ଓ ତାଙ୍କ ଆତ୍ମାର ଶାଶ୍ୱତ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।
