ବାରଙ୍ଗ : ଦିନ ଦ୍ଵିପ୍ରହରରେ ବନ୍ଧୁକ ମୁନରେ ଲୁଟ । ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଲେ କ୍ୟାମେରା । ଦିନ ଦ୍ଵି ପ୍ରହରରେ କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧ ଘଟାଉଛନ୍ତି ଅପରାଧି । ଏଭଳି ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଥାନା ନରାଜ-ବିଦ୍ୟାଧରପୁର ପାହାଡ଼ ଉପରେ । ଟଙ୍କା ନମିଳିବାରୁ କ୍ୟାମେରା ଲୁଟ କରି ଦୁର୍ବୁତ୍ତ ଚମ୍ପଟ ମାରିଛନ୍ତି । ସେପଟେ ପୋଲିସର ତଦନ୍ତ ଜାରି ।
ସୂଚନା ଅନୁଯାୟୀ, କଟକର ଦୁଇ ଜଣ ଯୁବକ ଦିନ ୩.୩୦ ସମୟରେ ନରାଜ ବିଦ୍ୟାଧରପୁର ପାହାଡ଼ ଉପକରକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ମଜାନେବା ସହିତ ଫଟ ଉଠାଉଥିଲେ । ତେବେ ଦୁଇ ଯୁବକ କିଛି ସମୟ ଧରି ଫଟ ଉଠାଇବା ବେଳେ ହଠାତ ଏକ ସ୍ପୀଡ଼ ବାଇକରେ ଦୁଇ ଜଣ ଯୁବକ ଆସି ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରଥମେ ଟଙ୍କା ମାଗିଥିଲେ ।
ଯୁବକ ଜଣକ ଟଙ୍କା ନାହିଁ ବୋଲି ମନା କରିବାରୁ ଦୁର୍ବୁତ୍ତମାନେ ଯୁବକମାନେ ଫଟ ଉଠାଉଥିବା କ୍ୟାମେରା ନେଇ ଚମ୍ପଟ ମାରିଥିଲେ । ଦୁଇ ଯୁବକ ଏନେଇ ଗୋଡିସାହି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଁଚି ସେହି ରାସ୍ତାରେ ଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଛି । ସେପଟେ ବାରଙ୍ଗ ଅଞ୍ଚଳରେ ଦିନ ଦି ପ୍ରହରରେ ଚୋରି ବଢୁଥିବାରୁ ପେଟ୍ରୋଲିଂ କଡାକଡ଼ି କରିବାକୁ ଅଞ୍ଚଳବାସୀଙ୍କ ଦାବି କରିଛନ୍ତି ।
