ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ସଭା ଗୃହରେ ହିନ୍ଦୁ ଏକତା ମଞ୍ଚ ଭାରତ ଓ ଦେବାଳୟ ବିମୋଚାନାମ ଉଡ୍ର ଦେଶ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ଏକ ପୁରସ୍କାର ବିତରଣ ସଭା ସଂଗଠନ ର ସଭାପତି ପ୍ରଦୀପ୍ତ କୁମାର ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମ୍ବର୍ଦ୍ଧନା ସଭାରେ ପରମହଂସ ଶ୍ରୀମଦ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ ମୁଖ୍ୟ ଅତିଥି, ଡକ୍ଟର ହରିହର କାନୁନଗୋଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ, ପ୍ରାକ୍ତନ ନିର୍ଦ୍ଧେଶକ ଓଡ଼ିଆ ଭାଷା ପ୍ରତିଷ୍ଠାନ, କୁଳପତି ବେଦ ବିଶ୍ୱ ବିଦ୍ୟାଳୟ ତିରୁ ବନ୍ନାମଲାଈ ମୁଖ୍ୟ ବକ୍ତା ଡକ୍ଟର ପବିତ୍ର ସାମନ୍ତରାୟ,ମୁଖ୍ୟ ସମ୍ପାଦକ ପର୍ଯ୍ୟବେକ୍ଷକ ଓ ଦି କଳିଙ୍ଗ କ୍ରୋନିକେଲ ସମ୍ମାନନୀୟ ଅତିଥି ଡକ୍ଟର ନିରଞ୍ଜନ ସାହୁ ସମ୍ମାନନନୀୟ ଅତିଥି , ବାବା ବିଶ୍ୱନାଥ ଦାସ ସିଧ୍ୟ ଗିରି ଆଶ୍ରମ ର ମହନ୍ତ,ସମ୍ମାନନୀୟ ଅତିଥି ଏବଂ ଯାଜପୁର ଜିଲ୍ଲା ହିନ୍ଦୁ ଏକତା ମଞ୍ଚ ର ସଭାପତି ନରେନ ଜେନା ପ୍ରଭୃତି ଯୋଗ ଦେଇ ଭଗବତ ଗୀତା ର ଉପଯୋଗୀତା ଓ ଏହା କିପରି ପ୍ରତ୍ୟେକ ବ୍ୟକ୍ତି ର ଜୀବନକୁ ଶୃଙ୍ଖଳିତ କରିବା ସହିତ ଉଚିତ ମାର୍ଗରେ ପରିଚାଳନା କରିବାରେ ସହାୟକ ହୁଏ ତାର ବିଷଦ ଭାବରେ ଆଲୋଚନା କରି ଛାତ୍ର ଛାତ୍ରୀ ମାନେ ପ୍ରତ୍ୟେକ ଦିନ ଗୀତା ପଢିବା କୁ ପ୍ରେରଣା ଦେଇଥିଲେ। ହିନ୍ଦୁ ଏକତା ମଞ୍ଚ ସଂଗଠନ ଆନୁକୂଲ୍ୟରେ ଯାଜପୁର ଜିଲ୍ଲା ରେ ଅନୁଷ୍ଠିତ ହୋଇଥିବା ୪୪ ଟି ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଗୀତା ବହି ଟ୍ରଫି ସାର୍ଟିଫିକେଟ ଆଦି ପ୍ରଦାନ କରିଥିଲେ ଭିଭିନ୍ନ ବିଦ୍ୟାଳୟ ରେ ଗୀତା ପରୀକ୍ଷା ରେ ସହଯୋଗ କରିଥିବା ସଂଯୋଜକ ଯଥା କୁଞ୍ଜ ବିହାରୀ ରାୟ, ଘନଶ୍ୟାମ ବିଶ୍ୱାଳ, ଅନନ୍ତ ନାରାୟଣ ମିଶ୍ର କୁଳମଣି ମଲ୍ଲିକ, ଗିରିଧାରୀ ସାମଲ ବନମାଳୀ ରଥ ପୁରୁଷୋତ୍ତମ ନାୟକ ଅକ୍ଷୟ କୁମାର ପଟୁ ପ୍ରଭୃତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ସୁଶୀଲ ପାଲ ତେଜ଼ପାଳ ଧେନୁକା ବ୍ରଜକିଶୋର ଜେନା ରାଜକୁମାର ଖେମେକା ଡକ୍ଟର ପଦ୍ମଲୋଚନ ନାୟକ ସଭାପତି କଟକ ଜିଲ୍ଲା ହିନ୍ଦୁ ଏକତା ମଞ୍ଚ ସଂଗଠନ ଉପସ୍ଥିତ ରହି ପୁରସ୍କାର ବିତରଣ କାର୍ଯ୍ୟ ରେ ସହଯୋଗ କରିଥିଲେ. ଅଧ୍ୟାପକ ନିରଞ୍ଜନ ସାମଲ ସଭା ଟିକୁ ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ
