ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ଆଜି ଆନ୍ଧ୍ର ଓଡ଼ିଶା ସୀମାର ଡିଭିଜନର ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଟାର୍ଗେଟକୁ ଆଉ ମାତ୍ର ହାତଗଣତି କିଛି ଦିନ ରହିଥିବା ବେଳେ ଜଂଗଲରେ ବୁଲୁଥିବା ମାଓବାଦୀଙ୍କ ପାଇଁ ଶେଷ ସୁଯୋଗ। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଥିଲେ।
ଆତ୍ମସମର୍ପଣ କରିଥିବା ମାଓମାଦୀମାନଙ୍କ ମଧ୍ୟରେ ୧୦ ଲକ୍ଷ ଘୋଷିତ ସିଆରସି କମ୍ପାନିର ଡେପୁଟି କମାଣ୍ଡର ଲାଲି ଓରଫ ମୁଚାକି ଆୟତେ, ୮ ଲକ୍ଷ ଘୋଷିତ ପ୍ଲାଟୁନ କମାଣ୍ଡର ହେମଲା ଲାଖମା, କମ୍ପାନି ନମ୍ବର-୭ର ସଦସ୍ୟା ଅସମତି ଓରଫ କମଲୁ, ପାର୍ଟି ସଦସ୍ୟା ରାମବତୀ ଏବଂ ପିଏଲଜିଏ ସଦସ୍ୟ ସୁଣ୍ଡାମ ପାଲେ, ୫ ଲକ୍ଷ ଘୋଷିତ ଏଲଓସି କମାଣ୍ଡର ମୁଚାକି ସଂଦୀପ, ଏସିଏମ ମିାଡକମ ଚେତ ଓରଫ ମଙ୍ଗଲି ଏବଂ କୃଷି ଟିମ କମାଣ୍ଡର ନିଲେଶ, ୩ ଲକ୍ଷ ଘୋଷିତ ମିଲିସିଆ କମାଣ୍ଡର ତାତି ସୋମଡୁ, ୨ ଲକ୍ଷ ଘୋଷିତ ଡିଏକେଏମଏସ ସଦସ୍ୟ ମୁଚାକି ଦେବା, ୧ ଲକ୍ଷ ଘୋଷିତ ପାର୍ଟି ସଦସ୍ୟା ସରିତା, ଗାର୍ଡ ସଦସ୍ୟ ବେଟ୍ଟି ମାସା ଏବଂ ହେମଲା ଦସରୁ।
