ନରସିଂହପୁର: ବଡମ୍ବାର ସିଂହନାଥ ପୀଠରେ ବାଲି ମକର ଯାତ୍ରାରେ ପ୍ରବଳ ଭିଡ଼ । ୪ଦିନ ଧରି ମେଳା ଚାଲିବ । ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଟି ସେତୁ ଠାରୁ ଆରମ୍ଭ କରି ମନ୍ଦିର ଏବଂ ବସଷ୍ଟାଣ୍ଡରେ ପୋଲିସ ଛାଉଣୀ ହୋଇଛନ୍ତି । ୧୨ ଜଣ ଆଇଆଇସିଙ୍କୁ ଦାୟିତ୍ୱ ଦିଆଯାଇଛି । ଆଜି ଟି ସେତୁ ଉପରେ ମୋଟ ୬ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ଟି ସେତୁରେ ଗାଡ଼ି ଚଳାଚଳ ବନ୍ଦ ରହିଛି ।
