ଭୁବନେଶ୍ବର ଆଜି ଧଉଳି ଉପକଣ୍ଠ ଲିଙ୍ଗିପୂର୍ ବସତିର ଛଅ ଖଣ୍ଡ ଗ୍ରାମବାସୀ ଏକାଠି ହୋଇ ସର୍ଦେଇପୂର୍ ମେଲଣ ପଡ଼ିଆରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଆୟୋଜନ କରିଥଲେ। ପୂଜ୍ୟ ସନ୍ଥ ମହାରାଜ ବ୍ରହ୍ମାନନ୍ଦ ସରସ୍ଵତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଲିଙ୍ଗିପୁର, ସର୍ଦ୍ଦେଇପୂର୍, ନାଥପୁର, ଇନ୍ଦିରା ହାଉସିଂ କଲୋନୀ, ଗଙ୍ଗୋତ୍ରୀ ନଗର ଓ ସନ୍ଥ ବିହାର ଗ୍ରାମରୁ ଶହ ଶହ ସଂଖ୍ୟାରେ ହିନ୍ଦୁ ମାନେ ଆସି ଯୋଗଦେଇଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଏକ ଶତ ବର୍ଷ ପୂର୍ତ୍ତି ଅବସରରେ ହିନ୍ଦୁ ମାନଙ୍କୁ ଜାଗ୍ରତ କରିବା, ଏକତ୍ରିତ କରିବା ଓ ଆଜିର ସବୁ ଘଟିଯାଇଥିବା ଘଟଣା ଗୁଡ଼ିକ ଉପରେ ସଚେତନ କରିବା ପାଇଁ ଓ କୁଶାସନ ତଥା ଜାତି ପ୍ରଥା ଯୋଗୁଁ ହିନ୍ଦୁ ସମାଜରେ ଥିବା କଳଙ୍କ ଦୂରେଇବା ପାଇଁ ଆଜିର ଏ ହିନ୍ଦୁ ସମ୍ମିଳନୀ ବୋଲି କହିଛନ୍ତି ସଭାପତି ସୁନୀଲ ପଣ୍ଡା। ହିନ୍ଦୁ ଜାଗରଣ ବହୁ ଆଗରୁ ହେବାର ଥିଲା, ଆମକୁ ବାହାର ଲୋକ ମାନେ ଆସି ଲୁଣ୍ଠନ କରୁଥିବାରୁ ହିନ୍ଦୁ ମାନେ ଏକ ହୋଇ ସ୍ୱର୍ ଉତ୍ତୋଳନ କରିବାକୁ ଉପଦେଷ୍ଟା ସିଦ୍ଧେଶ୍ୱର ପ୍ରଧାନ ମନ୍ତବ୍ୟ ଦେଇ ଥିଲେ। ଏହି ସମ୍ମିଳନୀ ପ୍ରଥମ ଥର ହେଉଛି, ଆମେ ସଦା ସହିଶ୍ନୁ ଓ ସମସ୍ତଙ୍କ ବନ୍ଧୁ ଏକାଠି ନ ହେବା ଯୋଗୁଁ କୁଚକ୍ରି ଲୋକ ଓ ସଂସ୍ଥା ମାନେ ଆମ ସମାଜକୁ କଳୁଷିତ କରିବାରେ ଲାଗିଛନ୍ତି ବୋଲି କହିଛନ୍ତି ସମ୍ପାଦକ ଗୋବିନ୍ଦ ପ୍ରଧାନ। ଆମ ରାଜ୍ୟରୁ ସବୁ ଗାଁ ରୁ ବାଂଲା ଦେଶୀ ମାନେ ଟାଇଟେଲ ବଦଳାଇ ଦାସ ପାତ୍ର କରି ଆମ ରୋଜଗାର, ଜାଗା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମାଡ଼ି ବସିଲେଣି ତେଣୁ ଏମାନଙ୍କୁ ତଡ଼ି ଦେବାକୁ ଦାବି କରିଛନ୍ତି ବରିଷ୍ଠ ସଦସ୍ୟ ଅମିତ୍ ସିଂ।
ରିପୋର୍ଟ ଦେବ ପ୍ରସାଦ ମହାନ୍ତି
