ନାରୀ ସଶକ୍ତିକରଣ ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା ୭ ଦିନ ଧରି ସଫଳତାର ସହିତ ଆୟୋଜିତ ହୋଇ ଆଜି ଗରିମାମୟ ଭାବେ ସମାପ୍ତ ହେବାକୁ ଯାଉଛି । ଏହି ମେଳା ସ୍ୱୟଂସହାୟକ ଗୋଷ୍ଠୀ (SHG) ମହିଳାମାନଙ୍କ ପାଇଁ ବଜାର ସଂଯୋଗ, ଉଦ୍ୟମୀତା ବିକାଶ ଓ ଆୟ ବୃଦ୍ଧିର ଏକ ସଫଳ ମଞ୍ଚ ଭାବେ ପରିଗଣିତ ହୋଇଛି ।
ମେଳାର ସମାପନ (Valedictory) କାର୍ଯ୍ୟକ୍ରମ ଗରିମାମୟ ପରିବେଶରେ ଆୟୋଜିତ ହୋଇଥିଲା । ଏହି ଅବସରରେ ମାନ୍ୟବର ବିଧାୟକ, ଖଣ୍ଡପଡା, ଦୁଷ୍ମନ୍ତ କୁମାର ସ୍ବାଇଁ,ସମ୍ମାନିୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିୟା ଜିଲ୍ଲାପାଳ, ମଧୁମିତା ରଥ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ,ଉପଜିଲ୍ଲାପାଳ କର୍ଣଦେଵ ସମାଦାର,
ଡେପୁଟି କଲେକ୍ଟର ତପତି ରାଜଓ ଅନ୍ୟାନ୍ୟ
ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ ଏବଂ SHG ମହିଳାମାନଙ୍କୁ ଉତ୍ସାହିତ କରିଥିଲେ ।
ମେଳାରେ ମୋଟ ୧୫୦ଟି ଷ୍ଟଲ୍ ସ୍ଥାପିତ ହୋଇଥିଲା, ଯେଉଁଠାରେ ହସ୍ତଶିଳ୍ପ, ହାତବୁଣା ଲୁଗା, କୃଷି, ଫାର୍ମ ଓ ନନ୍-ଫାର୍ମ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରାଯାଇଥିଲା । SHG ଷ୍ଟଲ୍ ମାନେ ସର୍ବମୋଟ ୬୦ ଲକ୍ଷ ଟଙ୍କାର ବ୍ୟବସାୟ କରି ସଫଳତା ହାସଲ କରିଛନ୍ତି ।
ଗତ ୭ ଦିନରେ ୨୫,୦୦୦ ରୁ ଅଧିକ ଲୋକ ମେଳାକୁ ପରିଦର୍ଶନ କରିଥିଲେ ।
ମେଳାର ଫୁଡ୍ କୋର୍ଟ ଲୋକମାନଙ୍କ ପାଇଁ ଏକ ବଡ଼ ଆକର୍ଷଣ ଥିଲା । ପାରମ୍ପରିକ ଓଡ଼ିଆ ଖାଦ୍ୟ, ମିଲେଟ୍ ଉତ୍ପାଦ ଓ ମୂଲ୍ୟ ସଂଯୁକ୍ତ ଖାଦ୍ୟ ପାଇଁ ପ୍ରତିଦିନ ବହୁଳ ଜନସମାଗମ ଦେଖିବାକୁ ମିଳିଥିଲା ।
ମେଳାର ସମସ୍ତ ୭ ଦିନ ସନ୍ଧ୍ୟାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଲୋକନୃତ୍ୟ,ଲୋକଗୀତ, ସଙ୍ଗୀତ, ଫ୍ୟାସନ୍ ଶୋ ଇତ୍ୟାଦି ମେଳାକୁ ଉତ୍ସବମୁଖର କରିଥିଲା ।
ସେହିପରି ଲକ୍ଷପତି ଦିଦି
ନାରୀ ସଶକ୍ତିକରଣର ଜ୍ଵଳନ୍ତ ନିଦର୍ଶନ ।
ଏହି ମେଳାର ଏକ ଅତ୍ୟନ୍ତ ଗୌରବଜନକ ଉପଲବ୍ଧି ହେଲା — ୨୬୦ ଜଣ ନୂଆ “ଲକ୍ଷପତି ଦିଦି” ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି, ଯାହା ନାରୀ ଉଦ୍ୟମୀତା ଓ ଆର୍ଥିକ ସ୍ୱାବଲମ୍ବନର ଜ୍ୱଳନ୍ତ ପ୍ରମାଣ ।
ସୁଭଦ୍ରା ଶକ୍ତି ମେଳା କେବଳ ଏକ ମେଳା ନୁହେଁ, ବରଂ ଏହା ନାରୀମାନଙ୍କ ପାଇଁ ସ୍ୱପ୍ନ, ସୁଯୋଗ, ଅପାର ସମ୍ଭାବନା ଓ ସ୍ୱାବଲମ୍ବନର ଦୃଢ଼ ଭିତ୍ତି । ଏହି ସଫଳ ଆୟୋଜନ ଓଡ଼ିଶାର ନାରୀ ଶକ୍ତି, ଗ୍ରାମୀଣ ଅର୍ଥନୀତି ଓ ସମାବେଶୀ ବିକାଶର ଏକ ଐତିହାସିକ ଉଦାହରଣ ଭାବେ ସ୍ଥାନ ନେଇଛି ।
