ଭଦ୍ରକ ଜିଲ୍ଲାରେ ସରକାର ତୁରନ୍ତ ଚାଷୀର ଧାନ କିଣନ୍ତୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦକ ମନୋଜ ବିଶ୍ଵାଳ ଦାବି କରିଛନ୍ତି। ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ କଂଗ୍ରେସ ରାଜରାସ୍ତାକୁ ଉହ୍ଲାଇବ ବୋଲି ଶ୍ରୀ ବିଶ୍ଵାଳ ଚେତାବନୀ ଦେଇଛନ୍ତି।
ଭଦକ୍ର ଜିଲ୍ଲାରେ ଧାନ ବିକ୍ରି ପାଇଁ ମଣ୍ଡି ଖୋଲା ହୋଇଛି। ମାତ୍ର ଚାଷୀଙ୍କ ଠାରୁ ଧାନ ଆଦୌ କ୍ରୟ ନକରିବା ଘଟଣା ଦୁର୍ଭାଗ୍ୟଜନକ ବୋଲି ପିସିସିର ପୂର୍ବତନ ସାଧାରଣ ସଂପାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି କହିଛନ୍ତି। ସେ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯେ ତାଙ୍କ ନିଜ ବ୍ଲକ ଚାନ୍ଦବାଲି ଏବଂ ସମଗ୍ର ଭଦ୍ରକ ଜିଲ୍ଲାରେ ମଣ୍ଡି ଜାନୁଆରୀ ୫ ତାରିଖରୁ ଖୋଲା ହେଲାଣି। ଡିସେମ୍ବର ୧ ତାରିଖ ସୁଦ୍ଧା ଚାଷୀ ସମସ୍ତ ଧାନ ଅମଳ କାର୍ଯ୍ୟ ସାରିଛି। ମାତ୍ର ଏବେ ମଣ୍ଡିରେ ଚାଷୀ ଧାନ ଥୋଇ ଅପେକ୍ଷା କରି ବସିଛି। ସରକାର ଓ ମିଲମାଲିକଙ୍କ ମଧ୍ୟରେ କଟନି ଛଟନିର ହିସାବ ନ ଛିଡିବାର ଧାନ କିଣା କାମ ଆରମ୍ଭ ହୋଇପାରୁନି। ଯେଉଁ ଟୋନକ୍ର ଅବଧି ଜାନୁଆରି ୫ ତାରିଖ ଫେବ୍ରୁଆରି ୪ ତାରିଖ ପର୍ଯ୍ୟନ୍ତ ଥିଲା, ଏବେ ସେମାନେ ପ୍ରମାଦ ଗଣୁଛନ୍ତି। ଧାନ ବିକ୍ରୀର ଧାର୍ଯ୍ୟ ସମୟ ସରିଯାଇଛି, ମାତ୍ର ସରକାର ଧାନ କିଣୁନାହାନ୍ତି।
