ଡାଭୋସ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲkଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ କଠୋର ସ୍ବରରେ ଭାଷଣ ଦେଇଛନ୍ତି। ସେ କହିଛନ୍ତି, ଗ୍ରିନ୍ଲାଣ୍ଡ ଅଧିଗ୍ରହଣ ପାଇଁ ତୁରନ୍ତ ଆଲୋଚନା ଆବଶ୍ୟକ। କିନ୍ତୁ କହିଥିଲେ ଯେ ଆମେରିକା ପାଖରେ ଶକ୍ତି ଥିଲେ ମଧ୍ୟ ଡେନମାର୍କଠାରୁ ଆର୍କଟିକ ଦ୍ୱୀପକୁ ଛଡ଼ାଇ ନେବା ପାଇଁ ଏହାର ବ୍ୟବହାର କରିବ ନାହିଁ। ଆମେ ବଳ ପ୍ରୟୋଗ କରିବାକୁ ଚାହୁଁନୁ।ଗ୍ରିନ୍ଲାଣ୍ଡକୁ ଦଖଲ କରିବା ଜାତୀୟ ଓ ଆନ୍ତର୍ଜାତୀୟ ସୁରକ୍ଷା ପାଇଁ ଆବଶ୍ୟକ। ଏକମାତ୍ର ଯୁକ୍ତରାଷ୍ଟ୍ର ହିଁ ଏହି ବିଶାଳ ଭୂମିକୁ ତଥା ବରଫ ଖଣ୍ଡକୁ ସୁରକ୍ଷା ଦେଇପାରିବ। ସେଥିପାଇଁ ମୁଁ ପୁଣି ଥରେ ଆମେରିକା ଦ୍ୱାରା ଗ୍ରିନ୍ଲାଣ୍ଡ ଅଧିଗ୍ରହଣ ବିଷୟରେ ଆଲୋଚନା କରିବା ପାଇଁ ତୁରନ୍ତ ଆଲୋଚନା ଚାହୁଁଛି। ଡେନମାର୍କ ପାଖରେ ଏକ ବିକଳ୍ପ ଅଛି। ସେ ହଁ କହିଲେ ଆମେ କୃତଜ୍ଞ ହେବୁ। କିମ୍ବା ସେ ନା କହିଲେ, ଆମେ ଏହାକୁ ମନେ ରଖିବୁ। ଏକ ଶକ୍ତିଶାଳୀ ଓ ସୁରକ୍ଷିତ ଆମେରିକାର ଅର୍ଥ ହେଉଛି ଏକ ଶକ୍ତିଶାଳୀ ନାଟୋ।
