ବଲାଙ୍ଗିର: ବଲାଙ୍ଗିରରେ ପାଟଣେଶ୍ଵରୀ ମହୋତ୍ସବ । ପାଟଣେଶବରୀ ମନ୍ଦିର ପ୍ରତିଷ୍ଠାର ୧୫୦ ବର୍ଷ ପୂରଣ ଅବସରରେ ଏହି ମହୋସବ ପାଳନ କରାଯାଇଛି । ଅତୀତର ପାଟଣା ରାଜ୍ୟ ର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟଣେଶ୍ଵରୀଙ୍କ ଯଜ୍ଞ ମଣ୍ଡପରେ ଯଜ୍ଞ କରାଯାଇଥିବା ବେଳେ କର୍ତ୍ତା ଭାବରେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜ କନକବର୍ଦ୍ଧନ ସିଂଦେଓ ଯୋଗ ଦେଇଥିଲେ । ସେହିପରି ବଲାଙ୍ଗିର ବିଧାୟକ କଲିକେଶ ନାରାୟଣ ସିଂଦେଓ ମଧ୍ୟ ମହୋତ୍ସବରେ ସାମିଲ ହୋଇଥିଲେ ।
