ରାଇରଙ୍ଗପୁର: ଭାଲୁ ଆକ୍ରମଣରେ ଯୁବକ ଆହତ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଜଟାପାଣି ଗାଁରେ ଭାଲୁ ଆକ୍ରମଣ । ଶୌଚ ହେବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ପ୍ରଭାସ ବରାଳ । ପ୍ରଭାସଙ୍କୁ ଗୁରୁତର ଭାବେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ କରିଥିଲେ । ଆହତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
