ଭୁବନେଶ୍ୱର : ଜଳେଶ୍ୱରରୁ ଆସୁଥିଲା ବ୍ରାଉନସୁଗର। ରାଜଧାନୀକୁ ଚାଲାଣ ବେଳେ ଧରିଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ । ଜଳେଶ୍ବରର କୁଖ୍ୟାତ ବ୍ରାଉନସୁଗର ବେପାରୀ ଗିରଫ। ତିନି ଜଣଙ୍କୁ ଗିରଫ କଲା ସ୍ପେଶାଲ କ୍ରାଇମ୍ ୟୁନିଟ। ଅଭିଯୁକ୍ତଙ୍କ ଠାରୁ ୩୭ଲକ୍ଷ ଟଙ୍କାର ୩୭୦ଗ୍ରାମ ବ୍ରାଉନସୁଗରର ଜବତ ହୋଇଛି । ଦୁଇଟି ବାଇକ ଓ ୪ଟି ମୋବାଇଲ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସମୀର ଖାନ,ସେଖ ଇର୍ଶାଦ ମହମ୍ମଦ ଓ ମୁନା ଖାନ୍ । ୩ ଜଣ ଜଳେଶ୍ବର ଅଞ୍ଚଳର ବୋଲି ଜଣ ପଡିଛି। ପୂର୍ବରୁ ଭୁବନେଶ୍ୱରରେ ୪୦୦ଗ୍ରାମ ବ୍ରାଉନସୁଗର ଜବତ କରିଥିଲା ପୋଲିସ । ତାର ତଦନ୍ତ ବେଳେ ଏମାନେ ପୋଲିସ ସ୍କାନରକୁ ଆସିଥିଲେ। ଲଗାତାର ଭାବେ ଏମାନଙ୍କ ଉପରେ ନଜର ରଖାଯାଇଥିଲା ।
