ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣରେ ବଡ଼ ସଂଯୋଗ । ଆସନ୍ତା ୩ ତାରିଖରେ ଚନ୍ଦ୍ର ଗ୍ରହଣ । ଦୋଳ ପୂର୍ଣ୍ଣିମାରେ ପଡ଼ୁଛି ଗ୍ରହଣ । ଦେଖିବାକୁ ମିଳିବ ବ୍ଲଡ୍ ମୁନ୍ । ଏହାର ପ୍ରଭାବ ହୋଲି ଓ ନୀତିକାନ୍ତି ଉପରେ ରହିବ । ଶ୍ରୀମନ୍ଦିର ନୀତିରେ ପରିବର୍ତ୍ତନ ସହ ଗ୍ରହଣ ପାଇଁ ବଦଳିବ ଦୋଳ ଯାତ୍ରା ସମୟ । ଏହି ମହାଜାଗତିକ ଘଟଣାକୁ ନେଇ ଜ୍ୟୋତିର୍ବିଦ୍ ବିଭିନ୍ନ ଆକଳନ କରୁଛନ୍ତି । ଆସନ୍ତୁ ଦେଖିବା ଗ୍ରହଣ ସମୟ କଣ ରହିବ ଏବଂ ପାକତ୍ୟାଗ ବିଧି କେତେବେଳେ ଆରମ୍ଭ ହେବ।
- ଗ୍ରହଣର ସମୁଦାୟ ଅବଧି ପ୍ରାୟ ୩ ଘଣ୍ଟା ୨୭ ମିନିଟ
- ଶ୍ରୀମନ୍ଦିର ନୀତିରେ ପରିବର୍ତ୍ତନ ସହ ଗ୍ରହଣ ପାଇଁ ବଦଳିବ ଦୋଳ ଯାତ୍ରା ସମୟ
- ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ହେବ ପାକ ତ୍ୟାଗ
